କୁଚିଣ୍ଡା ସହରରେ ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ନିଶା ନିବାରଣ ବ୍ରତ ଓ ମେହେର ଜୟନ୍ତୀ ପାଳିତ

କୁଚିଣ୍ଡା,27/8, ସମ୍ବାଦ ସାହିତ୍ୟ ଘର,କୁଚିଣ୍ଡା ଶାଖା ର ସଭାପତି ସୁବାସ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ବରେ ଝୁଲେନ ପୋଲ ନିକଟସ୍ଥ ବଳମତି ଦେଉରୀ ନର୍ସିଂ କଲେଜ ପରିସରରେ ସ୍ୱଭାବ କବି ଗଙ୍ଗାଧର ମେହେର ଙ୍କ ଜୟନ୍ତୀ ସହିତ ନିଶା ନିବାରଣ ସଚେତନତା ସଭା ଆଜି ସକାଳେ ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ନିଶା ନିବାରଣ ଅଭିଯାନ ର ଉପଖଣ୍ଡ ଶାଖା ସଭାପତି ତଥା ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କରୁଣା କର କିଷାନ୍ ମୁଖ୍ୟ ଅତିଥି ଓ ସମ୍ବାଦ ସାମ୍ବାଦିକ ଗଗନ ଶର୍ମା ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ସାମାଜିକ କର୍ମୀ ରମେଶ କିଷାନ୍,ଅଧ୍ୟାପିକା ପଲ୍ଲବୀ ତାଣ୍ଡିଆ,ତନୁଶ୍ରୀ ସେଠ୍ ପ୍ରମୁଖ ଭାଷଣ ଦେଇ ସ୍ୱଭାବ କବିଙ୍କ ଜୀବନ ଚର୍ଚ୍ଚା ଓ ରଚନା ସମ୍ପର୍କରେ ଆଲୋଚନା କରିବା ସହ ରାକ୍ଷୀ ପୂର୍ଣ୍ଣିମା ଦିନରେ ହିଁ ଭଉଣୀ ଭାଇଠାରୁ ନିଶା ନିବାରଣ ବ୍ରତ ପାଳନର ଶପଥ କରିବା ର କଳ୍ପନା ସମ୍ବାଦ ପରିବାର କରିଥିବାରୁ ଉଚ୍ଚ ପ୍ରଶଂସା କରିଥିଲେ । ପ୍ରାରମ୍ଭରେ ନର୍ସିଂ ଛାତ୍ରୀ ଗଣ ମେହେର ସଙ୍ଗୀତ ମାଧ୍ୟମରେ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ ।ଏହା ପରେ ସମ୍ବାଦ ସାହିତ୍ୟ ଗର ,ଆମ ଓଡ଼ିଶା ର ସଭ୍ୟ,ସଭ୍ୟା ମାନକ ସହ ନର୍ସିଂ ଛାତ୍ରୀ ଗଣ ବିଭିନ୍ନ ସ୍ଲୋଗାନ ଦେଇ ପଦଯାତ୍ରା ମାଧ୍ୟମରେ ନିଶା ବିରୋଧୀ ସଚେତନତା ପ୍ରକାଶ କରିଥିଲେ ।ଏହା ପରେ ଉପଖଣ୍ଡ ଚିକିତ୍ସାଳୟ ପରିସରକୁ ପହଞ୍ଚି ଏସ ଦି ଏମ ଓ ସୁବୋଧ ନାୟକ ଙ୍କୁ ସାହିତ୍ୟ ଘରର ସଭ୍ୟ ଗଣ ରାକ୍ଷୀ ପିନ୍ଧାଇ ଜୀବନ ସାରା ନିଜେ ନିଶା ନଖାଇବା ତଥା ନିଶା ନିବାରଣକୁ ସହଯୋଗ କରିବାକୁ ବଚନ ମାଗିଥିଲେ ।ଏହା ପରେ ଅନ୍ୟାନ୍ୟ ଡାକ୍ତର,କର୍ମଚାରୀ ଙ୍କ ସହିତ ଡାକ୍ତର ସତ୍ୟ ପ୍ରକାଶ ଦୋରା, ପୂର୍ବତନ ଏମ ଏ ସି ଉପାଧ୍ୟକ୍ଷ କାର୍ତ୍ତିକ ମିସ୍ତ୍ରୀ, ବିଜେ ପି ର ଜିଲ୍ଲା ସାଧାରଣ ସମ୍ପାଦକ ସୁଶୀଲ କର, ପୂର୍ବତନ ସରପଞ୍ଚ ମହେନ୍ଦ୍ର ବାଗ, ବି କେ ଡି ର ଯୁବନେତା ଯୁବ ନେତା ସନ୍ଦୀପ ମହାନ୍ତି ,ବ୍ରହ୍ମ କୁମାରୀ କାର୍ଯ୍ୟାଳୟର କର୍ମକର୍ତ୍ତା ଙ୍କ ସମେତ ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାସ ନାୟକ,ସାମାଜିକ କର୍ମୀ କରୁଣ।କର କିଷାନ୍,ଏକଲ ଅଭିଯାନର ଆଚାର୍ଯ୍ୟ,ଗଗନ ଶର୍ମା ପ୍ରମୁଖ ପ୍ରାୟ ନବେ ଜଣଙ୍କୁ ରାକ୍ଷୀ ପିନ୍ଧିବା ସହ ନିଶା ନିବାରଣ ବ୍ରତ ପାଇଁ ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ବାଦ ପରିବାର ଶହ ,ବ୍ୟାଙ୍କ୍ ସରପଞ୍ଚ ପିଙ୍କି ନାୟକ,ବଲମତି ଦେହୁରୀ ନର୍ସିଂ କଲେଜ୍ ଅଧ୍ୟକ୍ଷ। ସ।ଲିନା ପଟେଲ,କୁଚିଣ୍ଡାର ବ୍ରହ୍ମ କୁମାରୀ ଗଣ ଓ ମହିଳା ମାନେ ପ୍ରାୟ ଶତାଧିକ ଅଂଶ ଗ୍ରହଣ କରିଥିଲେ ।
ସମ୍ବଲପୁର ରୁ ନରେନ୍ଦ୍ର ସାହୁ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନୀଉଜ୍।




