ଭୁବନେଶ୍ୱର DCP ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ
ଭୁବନେଶ୍ୱର: ଭୁବନେଶ୍ୱର ଡିସିପି ତଥା ୨୦୧୩ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ଇସ୍ତଫା ଗ୍ରହଣ ପରେ ଏହାକୁ ଆବଶ୍ୟକ ପରବର୍ତ୍ତୀ ପ୍ରକ୍ରିୟା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ପଠାଇ ଦିଆଯାଇଛି।
ଜଗମୋହନ ମୀନା ୨୦୧୩ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଭାବେ ଓଡ଼ିଶା ପୁଲିସରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି। ଭୁବନେଶ୍ୱର ଡିସିପି ଭାବେ ତାଙ୍କ ଇସ୍ତଫା ଏବଂ ଏହାକୁ ରାଜ୍ୟ ସରକାରଙ୍କ ଗ୍ରହଣ କରିବା ଘଟଣା ପୁଲିସ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।



