ଦଧିବାମନ କଲେଜ ରେ “ଖେଲ କି ବାଦ ପି ଏମ ମୋଦୀ କେ ସାତ ” କାର୍ଯ୍ୟକ୍ରମ ଅନୁଷ୍ଠିତ

ଭଟଲି (ଅଭିମନ୍ୟୁ ପଧାନ ): ସ୍ଥାନୀୟ ଦଧିବାମନ ସ୍ନାତକ ମହାବିଦ୍ୟାଳୟରେ ‘ଖେଲ୍ କୀ ବାତ ପିଏମ୍ ମୋଦୀକେ ସାଥ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମେରା ଯୁବା ଭାରତ ଓ ରାଷ୍ଟ୍ରୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ରାଜଶ୍ରୀ ନାଥ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ଖେଲୋ ଇଣ୍ଡିଆ ସମ୍ବାଦରେ ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସମସ୍ତ ଯୁବବର୍ଗମାନଙ୍କୁ ହକି ଖେଳାଳି ଧ୍ଯାନ ଜନ୍ମଦିବସ ଜାତୀୟ ଖେଳ ଦିବସ ଉପଲକ୍ଷେ ଉଦ୍ବୋଧନ ଦେଇଥିଲେ । ଲିପ୍ସିତ ମିଶ୍ର, ଜିଲ୍ଲା ଯୁବ କାର୍ଯ୍ୟନିର୍ବାହୀ ଅଧିକାରୀ କମଳ ସା, ମାଷ୍ଟର ଆଥଲେଟ୍ ଅରୁଣା ଘିବିଲା, ଅନୁପମା ଘିବିଲା ପ୍ରମୁଖ ବକ୍ତବ୍ୟ ରଖିଥିଲେ ଫୁଟ୍ବଲ୍ ଖେଳାଳି ପ୍ରଭାତ ଡନସନା କ୍ରୀଡ଼ା କିପରି ମନୋନିବେଶ କରିପାରିବା ସେ ଉପରେ ଗୁରୁତ୍ବାରୋପ କରିଥିଲେ । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ, କର୍ମକର୍ତ୍ତାଗଣ ଉପସ୍ଥିତ ଥିଲେ। ଏନ୍ଏସ୍ଏସ୍ କାର୍ଯ୍ୟନିର୍ବାହୀ ଅଧିକାରୀ ଅଧ୍ୟାପକ ସଂଗ୍ରାମ ସାହୁ ଧନ୍ୟବାଦ ଦେଇଥିଲେ |




