ଟାଟା ଷ୍ଟିଲ ମେରାମଣ୍ଡଳୀରେ ସାର୍ ଦୋରାବଜୀ ଟାଟାଙ୍କ ୧୬୭ତମ ଜୟନ୍ତୀ ସମାରୋହ
ମେରାମଣ୍ଡଳୀ, ୨୮ ଅଗଷ୍ଟ ୨୦୨୬: ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପରିସରରେ ସାର୍ ଦୋରାବଜୀ ଟାଟାଙ୍କ ୧୬୭ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି।
ଏହି ଅବସରରେ ପ୍ଲାଣ୍ଟ କାର୍ଯ୍ୟାଳୟଠାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଏହି ମହାନ ଦୂରଦ୍ରଷ୍ଟାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଦେଶ, ସମାଜ ଓ ଶିଳ୍ପ ଜଗତ ପ୍ରତି ତାଙ୍କର ଯୋଗଦାନକୁ ସ୍ମରଣ କରିଥିଲେ।
କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ ମେରାମଣ୍ଡଳୀ ମେକାନିକାଲ୍ ମେଣ୍ଟେନାନ୍ସ ଚିଫ୍ ରାଜୀବ ଗର୍ଗ, କୋର୍ପୋରେଟ୍ ସର୍ଭିସେସ୍ ଚିଫ୍ ଶୁଭ୍ରାଂଶୁ ଶେଖର ପଣ୍ଡା, ପାୱାର ସିଷ୍ଟମ ଚିଫ୍ ରାଜେଶ ଅଗ୍ରୱାଲଙ୍କ ସମେତ ମେରାମଣ୍ଡଳୀ ପ୍ଲାଣ୍ଟର ଅନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ସାମିଲ ହୋଇଥିଲେ।
ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ଟାଉନସିପ୍ ପରିସରରେ କର୍ମଚାରୀଙ୍କ ନିମନ୍ତେ ଫୁଟବଲ ଓ ବିଭିନ୍ନ କୌତୁହଳପୂର୍ଣ୍ଣ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।
ସାର୍ ଦୋରାବଜୀ ଟାଟାଙ୍କ ନେତୃତ୍ୱ, ଉତ୍କର୍ଷତା ଓ ତାଙ୍କ ମହାନ ଆଦର୍ଶକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଟାଟା ଷ୍ଟିଲ୍ ପ୍ରତି ବର୍ଷ ନିଜର ସମସ୍ତ କାର୍ଯ୍ୟକ୍ଷେତ୍ରରେ ତାଙ୍କ ଜୟନ୍ତୀ ପାଳନ କରିଆସୁଛି।

August 28, 2026/
No Comments


