ଜାତୀୟ କ୍ରୀଡ଼ା ଦିବସ–୨୦୨୬ ପାଳନ ଅବସରରେ ପଦ ଯାତ୍ରା
ଢ଼େଙ୍କାନାଳ, ଅଗଷ୍ଟ ୩୦- କ୍ରୀଡ଼ା ଓ ଯୁବ ସେବା ବିଭାଗର ନିର୍ଦ୍ଦେଶକ୍ରମେ ହକିର ଯାଦୁକର ସ୍ୱର୍ଗତ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଜାତୀୟ କ୍ରୀଡ଼ା ଦିବସ–୨୦୨୬ ପାଳିତ ହୋଇଯାଇଛି ।
ଏହି ଅବସରରେ ଆଜି ମେଜର ଧ୍ୟାନଚାନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ଢେଙ୍କାନାଳ ଷ୍ଟାଡ଼ିୟମ ଠାରେ ଏକ ପଦଯାତ୍ରା ଆୟୋଜନ କରାଯାଇଥିଲା। ଶ୍ରୀ ଦୀପ୍ତି ରଞ୍ଜନ ସେଠୀ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଏହି ପଦଯାତ୍ରାକୁ ଶୁଭାରମ୍ଭ କରିଥିଲେ । ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଦୟାନିଧି ପାତ୍ର, ଜିଲ୍ଲା ଅଗ୍ନିଶମ ଅଧିକାରୀ ଶ୍ରୀ ଦୀନବନ୍ଧୁ ମଲ୍ଲିକଙ୍କ ସମେତ ବହୁ କ୍ରୀଡ଼ାବିତ୍ ଓ ଯୁବକ-ଯୁବତୀ ପଦଯାତ୍ରାରେ ଯୋଗ ଦେଇଥିଲେ ।
ଏହି ଅବସରରେ ଢେଙ୍କାନାଳ ଜିଲ୍ଲାର ଗର୍ବ, ଭାରୋତ୍ତୋଳନ ପ୍ରଶିକ୍ଷକ ଶ୍ରୀ ଗୋପାଳ କୃଷ୍ଣ ଦାସ “ବିଜୁ ପଟ୍ଟନାୟକ ପୁରସ୍କାର – ଶ୍ରେଷ୍ଠ ପ୍ରଶିକ୍ଷକ ପୁରସ୍କାର–୨୦୨୬”ରେ ସମ୍ମାନିତ ହୋଇଥିବାରୁ ତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା ।
ଶ୍ରୀ ଗୋପାଳ କୃଷ୍ଣ ଦାସଙ୍କ ଏହି ସଫଳତା ସମଗ୍ର ଢେଙ୍କାନାଳ ଜିଲ୍ଲା ପାଇଁ ଗୌରବର ବିଷୟ ବୋଲି ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସେଠୀ ପ୍ରକାଶ କରି ତାଙ୍କର ନିଷ୍ଠା, ପରିଶ୍ରମ ଓ କ୍ରୀଡ଼ା କ୍ଷେତ୍ର ପ୍ରତି ଅବଦାନ, ଯୁବ ପିଢ଼ିଙ୍କୁ ପ୍ରେରଣା ଯୋଗାଇବ ବୋଲି ପ୍ରକାଶ କରିଛନ୍ତି ।
କ୍ରୀଡ଼ାବିତ୍ ମାନେ ନିରନ୍ତର ପ୍ରୟାସ ଓ ଅଧ୍ୟବସାୟ ବଳରେ କ୍ରୀଡ଼ା କ୍ଷେତ୍ରରେ ଶୀର୍ଷ ସ୍ଥାନରେ ପହଞ୍ଚିବା ପାଇଁ ଉତ୍ସାହିତ କରିଥିଲେ ।



