
ବ୍ରହ୍ମପୁର, ୨/୯ : ନାରାୟଣ ପାଠାଗାର (NGO) ସଂସ୍ଥା ପକ୍ଷରୁ ବ୍ରହ୍ମପୁର ସ୍ଥିତ ଇଞ୍ଜିନିୟରିଂ ସ୍କୁଲ୍ ପଡ଼ିଆ ଠାରେ “ସ୍ୱଦେଶୀ ଉଦ୍ୟୋଗ ମେଳା” ଆଜି ସଂଧ୍ୟାରେ ଉଦଘାଟିତ ହୋଇଯାଇଛି । ଏହି “ସ୍ୱଦେଶୀ ଉଦ୍ୟୋଗ ମେଳା” କୁ ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତିଙ୍କ କରକମଳରେ ଉଦଘାଟିତ ହୋଇଯାଇଛି । ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡ଼ାକରା ଦେଇଥିବା “ଲୋକାଲ୍ ଫର୍ ଭୋକାଲ୍” କୁ ଅଗ୍ରାଧିକାର ଦେଇ ଉଦ୍ୟୋଗି ମାନଙ୍କୁ ଆତ୍ମନିର୍ଭର କରି “ଆତ୍ମନିର୍ଭର ଭାରତ” ଗଠନ କରିବାରେ ସହାୟକ ହେବା ପାଇଁ ଆହ୍ୱାନ କରିଥିଲେ ବିଜେପି ନେତା ଶ୍ରୀ କାହ୍ନୁ ଚରଣ ପତି । ଏହି ସ୍ୱଦେଶୀ ଉଦ୍ୟୋଗ ମେଳା ସେପ୍ଟେମ୍ବର ୨ ତାରିଖ ଠାରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି କାର୍ଯ୍ୟକ୍ରମ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ MSME ବିଭାଗ Procurement and Marketing Support (PMS) ସ୍କିମ୍ ତତ୍ୱାବଧାନରେ ଅନୁଷ୍ଠିତ ହେଉଛି । ଏହି ସ୍ୱଦେଶୀ ଉଦ୍ୟୋଗ ମେଳାରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ଶହେରୁ ଉର୍ଦ୍ଧ ଷ୍ଟଲ୍ ଆସିଛି । ପରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ନାରାୟଣ ପାଠାଗାର ଏନଜିଓ ସଂସ୍ଥାର ସଭାପତି ପ୍ରକାଶ ଭୋଳ, ସମ୍ପାଦକ ଅଶୋକ ପେନ୍ଥୋଇ, ପରିଚାଳକ ସୁଜିତ କୁମାର ସାହୁ, ବିଜେପିର ବରିଷ୍ଠ ନେତା ସୁନିଲ କୁମାର ସାହୁ, ବିଜେପି ଜିଲ୍ଲା ଉପସଭାପତି ପ୍ରଭାତ କିରଣ ଷଡ଼ଙ୍ଗୀ, ଜିଲ୍ଲା ସମ୍ପାଦକ ଶିବ ଶଙ୍କର ନାୟକ, ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ (MSME) ବିଭାଗ ପ୍ରତିନିଧି ଅଶ୍ୱିନୀ କୁମାର ସାହୁ, ବିଜେପି ରାଜ୍ୟ ପରିଷଦ ସଭ୍ୟ ମନୋଜ ସେଠୀ, ମଣ୍ଡଳ ସମ୍ପାଦକ ପ୍ରମୋଦ ସାହୁ, ପୂର୍ବତନ କର୍ପୋରେଟର ଦ୍ୱୁତିକୃଷ୍ଣ ମଲ୍ଲ ପ୍ରମୁଖ ମଞ୍ଚାସୀନ ରହି ଉଦ୍ୟୋଗୀ ଏବଂ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ । କାହ୍ନୁ ରାଉତ ମଞ୍ଚ ପରିଚାଳନା କରିଥିଲେ ।




