ଯୁବ ଆଇନଜୀବୀ ସୁଧୀର ମହାପାତ୍ରଙ୍କ ଅକାଳ ବିୟୋଗ
ତାଳଚେର,୨/୯: ସହର ଆଠ ନମ୍ବର ୱାର୍ଡ କାରିଗରପଡା ଅଞ୍ଚଳର ଜଣେ ସ୍ୱାଭିମାନ ଯୁବ ଆଇନଜୀବୀ ତଥା ବ୍ୟବସାୟୀ ସୁଧୀର କୁମାର ମହାପାତ୍ରଙ୍କର(୫୧ ବର୍ଷ ବୟସରେ) ଅକାଳ ବିୟୋଗ ଘଟିଛି। ଏହି ଦୁଃଖଦ ଘଟଣାରେ ଉକ୍ତ ଅଞ୍ଚଳରେ ଆଜି ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଆତ୍ମୀୟ ସ୍ଵଜନଙ୍କ ଠାରୁ ଆରମ୍ଭ କରି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୁବ ଆଇନଜୀବୀ ସ୍ବର୍ଗତ ସୁଧୀର କୁମାରଙ୍କ ବାସଭବନରେ ପହଞ୍ଚି ତାଙ୍କ ଶେଷ ଦର୍ଶନ କରି ଗଭୀର ଦୁଃଖ ପ୍ରକାଶ କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ନଗରପାଳ ପବିତ୍ର ଭୂତିଆଙ୍କ ୱାର୍ଡ କାଉନସିଲର ଏବଂ ବହୁ ସଂଖ୍ୟାରେ ଆଇନଜୀବୀ ବନ୍ଧୁ ମାନେ ସ୍ବର୍ଗତ ସୁଧୀର ମହାପାତ୍ରଙ୍କ କାରିଗରପଡା ସ୍ଥିତ ବାସଭବନରେ ପହଞ୍ଚି ତାଙ୍କୁ ଶେଷ ଦର୍ଶନ କରିବା ସହ ତାଙ୍କ ପରିବାର ସଦସ୍ୟ ମାନଙ୍କୁ ମଧ୍ୟ ସମବେଦନା ଜଣାଇଥିଲେ। ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଏହି ଖବର ପାଇ ତୁରନ୍ତ ଗୋପୀନାଥପୁର ଶ୍ମଶାନ ଘାଟରେ ପହଞ୍ଚି ସ୍ବର୍ଗତ ସୁଧୀର ମହାପାତ୍ର ପାର୍ଥିବ ଶରୀରର ଶେଷ ଦର୍ଶନ କରି ଗଭୀର ଦୁଃଖ ପ୍ରକାଶ କରିଥିଲେ ଏବଂ ଅନ୍ତ୍ୟେଷ୍ଟି କ୍ରିୟା ବେଳେ ବହୁ ସମୟ ପର୍ଯ୍ୟନ୍ତ ଶ୍ମଶାନ ଘାଟରେ ଉପସ୍ଥିତ ରହିଥିଲେ।



