ଅଗ୍ନିପଥ ଯୋଜନା ଅଧୀନରେ ସେନା ନିଯୁକ୍ତି ରାଲି
ଅନୁଗୋଳ, ତା. ୦୩.୦୯:— ଅଗ୍ନିପଥ ଯୋଜନା ଅଧୀନରେ ଅନୁଗୋଳ, ବଲାଙ୍ଗୀର, ବରଗଡ଼, ଦେବଗଡ଼, ଢେଙ୍କାନାଳ, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ସୁବର୍ଣ୍ଣପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାର (ଅଗ୍ନିବୀର ଜିଡି, ଅଗ୍ନିବୀର ଟେକ୍ନିକାଲ, ଅଗ୍ନିବୀର ଟ୍ରେଡ୍ସମ୍ୟାନ ଅଷ୍ଟମ ଏବଂ ଅଗ୍ନିବୀର ଟ୍ରେଡ୍ସମ୍ୟାନ ଦଶମ) ମନୋନୀତ (ସର୍ଟ ଲିଷ୍ଟ) ହୋଇଥିବା ପ୍ରାର୍ଥୀମାନଙ୍କ ପାଇଁ ଏ.ଆର୍.ଓ ସମ୍ବଲପୁର (ଓଡିଶା)ର ସେନା ନିଯୁକ୍ତି ରାଲି କ୍ରିକେଟ୍ ଷ୍ଟାଡିୟମ୍, ମାଲିମୁଣ୍ଡା, ଝାରସୁଗୁଡା (ଓଡିଶା) ଠାରେ ୨୦୨୬ ଅକ୍ଟୋବର ମାସ ୧୩ ତାରିଖରୁ ୨୦୨୬ ଅକ୍ଟୋବର ମାସ ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
ଅନ୍ ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା (ଅନ୍ ଲାଇନ୍ କମନ୍ ଏନ୍ଟ୍ରାନ୍ସ ଏଗ୍ଜାମିନେସନ୍, ସି.ଇ.ଇ) ରେ ମନୋନୀତ (ସର୍ଟ ଲିଷ୍ଟ) ହୋଇଥିବା ପ୍ରାର୍ଥୀମାନଙ୍କୁ ନିଯୁକ୍ତି ରାଲି ସମୟରେ ଶାରୀରିକ ଦକ୍ଷତା ପରୀକ୍ଷା (ଫିଜିକାଲ ଫିଟ୍ନେସ୍ ଟେଷ୍ଟ) ଏବଂ ଡାକ୍ତରୀ ପରୀକ୍ଷା ପାଇଁ ଡକାଯାଇଅଛି। ମନୋନୀତ (ସର୍ଟ ଲିଷ୍ଟ) ହୋଇଥିବା ପ୍ରାର୍ଥୀମାନଙ୍କର ପ୍ରବେଶ ପତ୍ର (ଆଡମିଟ୍ କାର୍ଡ) ସେମାନଙ୍କର ପଞ୍ଜୀକୃତ ଇ-ମେଲ ଆଇ ଡି କୁ ପୂର୍ବରୁ ପଠାଯାଇସାରିଛି। ପ୍ରାର୍ଥୀମାନେ ଜଏନ ଇଣ୍ଡିଆନ ଆର୍ମି ୱେବସାଇଟ୍ www.joinindianarmy.nic.in ରେ ନିଜ ପ୍ରୋଫାଇଲ୍ରେ ଲଗ୍-ଇନ୍ କରି ନିଯୁକ୍ତି ରାଲି ପାଇଁ ନିଜର ପ୍ରବେଶ ପତ୍ର (ଆଡମିଟ୍ କାର୍ଡ) ମଧ୍ୟ ଡାଉନ୍ଲୋଡ କରିପାରିବେ।
ଯେ କୌଣସି ସୂଚନା ପାଇଁ ପ୍ରାର୍ଥୀମାନେ ଏ.ଆର୍.ଓ ସମ୍ବଲପୁର ସହିତ ଯୋଗାଯୋଗ ନମ୍ବର ୦୬୬୩-୨୯୫୦୩୫୯ ଏବଂ ୦୬୬୩-୨୪୨୦୮୪୫ ରେ ଯୋଗାଯୋଗ କରିପାରିବେ।
ଦଲାଲ୍/ଏଜେଣ୍ଟ ମାନଙ୍କର ଅସାଧୁ କାର୍ଯ୍ୟକଳାପର ଶିକାର ନ ହେବା ପାଇଁ ପ୍ରାର୍ଥୀମାନଙ୍କୁ ପରାମର୍ଶ ଦିଆଯାଉଛି ଯେ, ସେମାନେ ନିଯୁକ୍ତି ପ୍ରକ୍ରିୟା ସମୟରେ ନିଜର ମୂଳ ପ୍ରମାଣ ପତ୍ର (ଓରିଜିନାଲ ଡକ୍ୟୁମେଣ୍ଟ) କୌଣସି ବ୍ୟକ୍ତିଙ୍କୁ ହସ୍ତାନ୍ତର କରିବେ ନାହିଁ। ଏଭଳି କୌଣସି ଘଟଣା ସାମ୍ନାକୁ ଆସିଲେ ତୁରନ୍ତ ସ୍ଥାନୀୟ ପୋଲିସ ଏବଂ ସମ୍ପୃକ୍ତ ସେନା ନିଯୁକ୍ତି କାର୍ଯ୍ୟାଳୟ (ଏ ଆର ଓ), ସମ୍ବଲପୁରର ନିଯୁକ୍ତି କର୍ମଚାରୀଙ୍କୁ ଜଣାଇବା ଆବଶ୍ୟକ। ନିଯୁକ୍ତି ରାଲି ସମୟରେ ଏଭଳି ଦଲାଲ୍/ଏଜେଣ୍ଟ ଏବଂ ଅସାଧୁ ଉପାୟ ଅବଲମ୍ବନ କରୁଥିବା ବ୍ୟକ୍ତିଙ୍କୁ ଗିରଫ କରିବା ପାଇଁ ସ୍ଥାନୀୟ ପୋଲିସ ଏବଂ ବେସାମରିକ ପ୍ରଶାସନ (ସିଭିଲ୍ ଆଡମିନିଷ୍ଟ୍ରେସନ) ମାଧ୍ୟମରେ କଠୋର ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

September 3, 2026/
No Comments


