ତାଳଚେର ଗଣେଶପୂଜାକୁ ଦୃଷ୍ଟିରେ ରଖି ଟାଉନ ପୋଲିସର ଫ୍ଲାଗମାର୍ଚ୍ଚ
ତାଳଚେର, ୦୩/୦୯ ପୂଜା ପାର୍ବଣଋତୁ ଆଗମନ ପୂର୍ବରୁ ତାଳଚେର ଅଂଚଳରେ କିପରି ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇପାରିବ ତା’ଉପରେ ଆଜି ତାଳଚେର ଟାଉନ ପୋଲିସ ପକ୍ଷରୁ ସହରରେ ଫ୍ଲାଗମାର୍ଚ୍ଚ କରିବା ସହିତ ଲୋକଙ୍କୁ ସଚେତନତା କରାଇଥିଲେ । ଚଳିତବର୍ଷ ୧୪ ତାରିଖରେ ହେବାକୁ ଥିବା ପ୍ରସିଦ୍ଧ ଗଣେଶପୂଜା ଆରମ୍ଭ ହୋଇ ଉନ୍ଦୁପୂର୍ଣ୍ଣମା ଅର୍ଥାତ୍ ୨୬ତାରିଖ ଦିନ ବିସର୍ଜନ ହେବାର କାର୍ଯ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀରେ ପୂଜାକୁ ସରସ, ଶାନ୍ତିଶୃଙ୍ଖଳା, ଚୋରୀ, ରାହାଯାନୀ, ଛିନତାଇ, ମଦ୍ୟପୀ ଗାଡ଼ିଚାଳକଙ୍କୁ ସାବାଡ଼ କରିବାକୁ ନେଇ ଆଜିର ଏହି ଫ୍ଲାଗମାର୍ଚ୍ଚ କରାଯାଇଛି ବୋଲି ପୋଲିସ୍ ସୂତ୍ରରୁ ପ୍ରକାଶ ।
ତାଳଚେର ଘୋଡ଼ାଶାଳ ଠାରୁ ଆରମ୍ଭକରି ହାଣ୍ଡିଧୂଆଁ ପର୍ଯ୍ୟନ୍ତ ପ୍ରାୟ ୪କିମି ରାସ୍ତାର ଉଭୟପାଶ୍ୱର୍ରେ ପ୍ରଭୂ ବିଘ୍ନେଶ୍ୱର ପୂଜାପାଇବା ସହ ବିଭିନ୍ନ ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସିବ ତାଳଚେର । ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ ଓଠାଦୋକାନୀ ମାନେ ଆସି ନିଜର ଆସର ଜମାଇଥାନ୍ତି ତେଣୁ ତାଳଚେର ଅଂଚଳଟି ଲୋକାରଣ୍ୟ ହୋଇପଡ଼ିଥାଏ । ଏବଂ ଏହାକୁ ନିୟନ୍ତ୍ରୀତ କରିବାକୁ ସହରର ବିଭିନ୍ନ ଛକ ସ୍ଥାନ ଗୁଡ଼ିକରେ ପୋଲିସ୍ର କ୍ୟାମ୍ପ ମଧ୍ୟ କରିବାକୁ ପଡ଼ିଥାଏ । ଗଣେଶ ପୂଜା ପରେ ପରେ ଅନ୍ୟାନ୍ୟ ପୂଜୠୁଡ଼ିକ ଚାଲି ଆସୁଥିବାରୁ ଏହାକୁ ନେଇ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଥିବା ଟାଉନ ଥାନା ଅଧିକାରୀ ଏହା ପ୍ରକାଶ କରିଛନ୍ତି ।

September 3, 2026/
No Comments


