ବିଂଝାରପୁର ପଞ୍ଚାୟତ ସମିତିର ବୈଠକ ଅନୁଷ୍ଠିତ
ଯାଜପୁର _ ଯାଜପୁର ଜିଲ୍ଲା ବିଂଝାରପୁର ପଞ୍ଚାୟତ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ସମସ୍ୟା,ବନ୍ୟାଜନିତ କ୍ଷୟକ୍ଷତି ଏବଂ ପ୍ରଶାସନିକ କାର୍ଯ୍ୟରେ ବିଳମ୍ବ କୁ ନେଇ ବୁଧବାର ଦିନ ସମିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସମିତିର ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଧାୟିକା ପ୍ରମିଳା ମଲ୍ଲିକ, ସାଂସଦଙ୍କ ପ୍ରତିନିଧି ଭାବେ ପୃର୍ବତନ ବ୍ଳକ ଅଧ୍ୟକ୍ଷ ପୁରୁଷୋତ୍ତମ ବେହେରା,, ବିଡିଓ ଛବିରାଣୀ ସାହୁ, ଉପାଧ୍ୟକ୍ଷା ସେକ ଏସାଦ, ତହସିଲଦାର ପ୍ରମୋଦ କୁମାର ବାସ୍କେଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ , ଜିଲ୍ଲା ପରିଷଦ ସଭ୍ୟ,ସଭ୍ୟା, ଉପସ୍ଥିତ ଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ କିଛି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ପରିବର୍ତ୍ତେ ସେମାନଙ୍କ ସମ୍ପର୍କୀୟ ମାନେ ପଞ୍ଚାୟତ ସମିତିର ବୈଠକ ରେ ଉପସ୍ଥିତ ଥିଲେ। ବୈଠକରେ ବନ୍ୟା ଓ କ୍ଷୟକ୍ଷତି ହୋଇଥିବା ଚାଷଜମିର ପ୍ରସଙ୍ଗକୁ ନେଇ ପ୍ରବଳ ରାଜନୈତିକ ଉଷ୍ମତା ଦେଖା ଦେଇଥିଲା।ଗତ ଦୁଇଦିନ ତଳେ ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ ଦେଇଥିବା ମନ୍ତବ୍ୟକୁ ବିଧାୟିକା ପ୍ରମିଳା ମଲ୍ଲିକ ନିଜ ମୋବାଇଲରେ ବୈଠକରେ ପ୍ରଦର୍ଶନ କରିଥିଲେ।



