ବଅଁରପାଳ ଶିଶୁ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ
ଅନୁଗୋଳ – (୪/୯) ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ତୁଳସୀ ପାଳ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ଦେବହରି ସାହୁ ମା ଶାରଦା ଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ କରି ଉତ୍ସବର ଶୁଭାରମ୍ଭ କରିଥିଲେ l ଉତ୍ସବ ରେ ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ଶ୍ରୀଯୁକ୍ତ ଅଖିଳ କୁମାର ମହାପାତ୍ର ମହୋଦୟ ଅଧ୍ୟକ୍ଷତା କରିଥିଲେ l ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ସୁମନ୍ତ କୁମାର ସାମଲ ମଞ୍ଚାସୀନ ଥିଲେ l ମୁଖ୍ୟ ଅତିଥି ଶ୍ରୀ ସାହୁ ଜନ୍ମାଷ୍ଟମୀ ଉତ୍ସବ ପାଳନ ର ମହତ୍ତ୍ୱ ବିଷୟରେ ଶିଶୁ ମାନଙ୍କୁ ଉଦବୋଧନ ଦେଇଥିଲେ l ଶିଶୁମାନେ ରାଧା କୃଷ୍ଣ ବେଶ ହୋଇ ଆସିଥିଲେ ଓ ଦଧି ହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ ହୋଇଥିଲା l ସମସ୍ତ ରାଧାକୃଷ୍ଣ ବେଶଧାରୀ ଶିଶୁମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l ଏହି ଉତ୍ସବରେ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟl ସହଯୋଗ କରିଥିଲେ l



