ବି କେ ବି ହାଇ ସ୍କୁଲ୍ ରେ ଗୁରୁଦିବସ ପାଳିତ
ହାବଳଗଣ୍ଡ ପାଟଣାସ୍ଥ ବି କେ ବି ହାଇ ସ୍କୁଲ୍ ପରିସରରେ ମହାନ୍ ଦାର୍ଶନିକ ତଥା ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଡଃ ସର୍ବପଲ୍ଲୀ ରାଧାକୃଷ୍ଣନ ଙ୍କ ଜନ୍ମ ଦିବସ ତଥା ଗୁରୁଦିବସ ପାଳିତ ହୋଇଯାଇଛି. ବରିଷ୍ଠ ଶିକ୍ଷାବିତ୍ ତଥା ପ୍ରାକ୍ତନ ପ୍ରଧାନ ଶିକ୍ଷକ ରାହାସ ବିହାରୀ ମହାନ୍ତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ବର୍ଷିୟାନ୍ ଶିକ୍ଷାବିତ୍ ନଛେନ୍ଦ୍ର କୁମାର ବଳ ମୁଖ୍ୟ ଅତିଥି ଓ କନପୁର ହାଇ ସ୍କୁଲ୍ ର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଚନ୍ଦନ କୁମାର ନାୟକ ମୁଖ୍ଯ ବକ୍ତା ଭାବରେ ଯୋଗଦେଇ ଆଜିର ଦିବସର ମହତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ. ପ୍ରାରମ୍ଭରେ ଡଃ ରାଧାକୃଷ୍ଣନ ଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା. ପରେପରେ ଛାତ୍ରୀ ମାନଙ୍କ ଦ୍ଵାରା ଗୁରୁବନ୍ଦନା ର ତାଳେତାଳେ ଉପସ୍ଥିତ ସମସ୍ତ ଗୁରୁଜୀ ଓ ଗୁରୁମା ମାନଙ୍କୁ ପୂଜାର୍ଚନା କରାଯିବା ସହିତ ଉପହାର ପ୍ରଦାନ କରାଯାଇଥିଲା. ପିଲାମାନଙ୍କ ମଧ୍ୟରେ ଭାଷଣ ପ୍ରତିଯୋଗିତା କରାଯାଇଥିଲା ଓ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା. ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ସାମଲ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ସୁତାର,ହୃଷୀକେଶ ସାହୁ, ରବିନ୍ଦ୍ର କୁମାର ବେହେରା, ବଟକୃଷ୍ଣ ପଣ୍ଡା, ଅଭିମନ୍ୟୁ ବାରିକ, ଶିକ୍ଷୟିତ୍ରୀ ରୋଜି ଦେହେରୀ, ପ୍ରଜ୍ଞା ରାଣୀ ଦାସ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ. ଶେଷରେ ଶିକ୍ଷୟିତ୍ରୀ ପ୍ରଜ୍ଞା ରାଣୀ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ. ସମସ୍ତ କାର୍ଯ୍ୟକ୍ରମ କୁ ଜୁନିଅର ରେଡକ୍ରସ ର ଛାତ୍ରଛାତ୍ରୀ ମାନଙ୍କ ସହିତ ଶିକ୍ଷା କର୍ମଚାରୀ ପିତାମ୍ବର ରାଉତ, ଅନୁପ କୁମାର ପରିଡା, ଅନୁପମା ସେନାପତି, ପ୍ରଭାତୀ ଦାସ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ.



