ବିଭିନ୍ନ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ
ତାଳଚେର, ୦୫/୦୯ ‘ଗୁରୁବ୍ରହ୍ମା ଗୁରୁଦେବ ମହେଶ୍ୱର, ଗୁରୁ ସାକ୍ଷାତ୍ ପରମବ୍ରହ୍ମ ତୈସ୍ମେଶ୍ରୀ ଗୁରୁବେ ନମଃ’ ଆଜି ଦିନଟି ଗୁରୁମାନଙ୍କ ମହତକାଂକ୍ଷା ହୋଇଥିବାରୁ ଗୁରୁମାନଙ୍କୁ ନତମସ୍ତକ ହୋଇ ଛାତ୍ରଛାତ୍ରୀ ମାନେ ପାଳନ କରିଥିବା ଦେଖାଯାଇଛି । କୁହାଯାଏକି, ବ୍ରହ୍ମାଣ୍ଡର ପ୍ରଥମ ଗୁରୁ ହେଉଛନ୍ତି ପିତା, ମାତା । ଯାହା ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବାରେ ସହାୟକ ହୋଇଥାଏ । ଏବଂ ପିଲା ପିତା, ମାତା ଶିଖାଇଥିବା ପ୍ରତ୍ୟେକ ଶଦ୍ଦକୁ ଅନୁସରଣ କରି ତାର ଗନ୍ତବ୍ୟ ପଥରେ ମାଡ଼ି ଚାଲିଥାଏ । ଏହି ପରିପ୍ରେକ୍ଷୀରେ ତାଳଚେର ଅଂଚଳର ବିଭିନ୍ନ ବିଦ୍ୟାଳୟ ଗୁଡ଼ିକରେ ଗୁରୁଦିବସ ପାଳିତ ହୋଇଯାଇଛି ।
ସେହିପରି କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ପବିତ୍ର ଗୁରୁ ଦିବସ ମଧ୍ୟ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମଙ୍ଗୁଳୁ ସାହୁଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶିକ୍ଷାବିତ୍ ଦୁଃର୍ଯ୍ୟୋଧନ ସାହୁ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷାବିତ୍ ଦୁଃଖବନ୍ଧୁ ସାହୁ, ସମ୍ମାନୀତ ଅତିଥି ଭାବରେ ବିଦ୍ୟାଳୟର ସଂପାଦକ ବିଭୂତି ଭୂଷଣ ସ୍ୱାଇଁ, ଉପସଭାପତି ତପନ କୁମାର ସାହୁ ଓ କୋଷାଧ୍ୟକ୍ଷ ପଂଚାନନ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଗୁରୁ ଦିବସ ପାଳନ କରିବାର ମହତ୍ୱ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇବା ସହ ଡ.ସର୍ବପଲ୍ଲୀ ରାଧାକୃଷ୍ଣନ୍ଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ, ଗୁରୁ ବନ୍ଦନା କରି ଗୁରୁଜୀ, ଗୁରୁମାମାନଙ୍କୁ ପୂଜା କରିଥିଲେ । ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକୃଷ୍ଣନ୍ଙ୍କ କର୍ମମୟ ଜୀବନୀ ଓ ଭୂମିକା ଅତୁଳନୀୟ ବୋଲି ଆଲୋଚନା କରାଯାଇଥିଲା ।



