ଯାଦବ ମହାସଭାର ଜନ୍ମାଷ୍ଟମୀ ପାଳନ
ଯାଜପୁର __ ଯାଜପୁର ,୫/୯(ଜାଗ୍ରତ ଭାରତ): ଯାଜପୁର ଜିଲ୍ଲା ବିଂଝାରପୁର ବ୍ଳକ ନିକଟସ୍ଥ ରାଜକନିକା ଯାଦବ ମହାସଭା ଆନୁକୂଲ୍ୟରେ ଓଳାଭର ଯାଦବ ଭବନଠାରେ ଜନ୍ମାଷ୍ଟମୀ ପର୍ବ ମହାସମାରୋହରେ ପାଳିତ ହୋଇଯାଇଛି।ସକାଳ ୯ଟା ଠାରୁ ଯଦୁପତି କୃଷ୍ଣଙ୍କ ପଦାରବିନ୍ଦରେ ହୋମଯଜ୍ଞ କରାଯିବା ସହ ନନ୍ଦୋତ୍ସବ ପାଳିତ ହୋଇଯାଇଛି।ପୂଜକ ନିରଞନ ପଣ୍ଡାଙ୍କ ବୈଦିକ ହିନ୍ଦୁ ରୀତିନୀତି ଅନୁସାରେ କର୍ତ୍ତା ଅକ୍ଷୟ କୁମାର ଦାସ ସ ପତ୍ନୀଙ୍କ ସହ ପୁଜା ବିଧିକୁ ଖୁବ୍ ସୁନ୍ଦର ଭାବେ ସମାହିତ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ସଂଗୀତ ପରିବେଷଣ ସହ ନନ୍ଦୋତ୍ସବ ଯଥା ବିଧି ପାଳିତ କରାଯାଇଥିଲା।ଉକ୍ତ ଉତ୍ସବରେ ମହାସଭାର ସଭାପତି ଇଞ୍ଜିନିୟରି ପଞ୍ଚାନନ ଦାସ , ସଂପାଦକ ମନୋଜ କୁମାର ପରିଡ଼ା, କୋଷାଧ୍ୟକ୍ଷ ନିରଞ୍ଜନ ପରିଡା,ଯୁବ ସଭାପତି ଗଙ୍ଗାଧର ଦାସ, ନରେନ୍ଦ୍ର ନାଥ ବେହେରା, ଉପଦେଷ୍ଟା ଶ୍ରୀନିବାସ ପ୍ରଧାନ, ମହେଶ୍ଵର ପରିଡ଼ା, କିଶୋର ପଲାଇ, ସୁଦର୍ଶନ ଦାସ,ବିନୟ ଦାସ, ବିପ୍ରଚରଣ ନାୟକ,ନିରଞନ ସାହୁ, ମହେନ୍ଦ୍ର ବାରିକ, ଗାୟତ୍ରୀ ଦାସ, କ୍ଷିରୋଦ ବେହେରା, ନବକିଶୋର ଦାସ, ସୁଶାନ୍ତ ଦାସ, ବ୍ରହ୍ମାନନ୍ଦ ନାୟକ,ବିଦ୍ୟାଧର ପଢିହାରୀ,ସୁଧିର ଚନ୍ଦ୍ର ପଲାଇ, ସନ୍ତୋଷ ଦାସ ଓ ଅନ୍ୟାନ୍ୟ ୨୭ ଗୋଟି ପଞ୍ଚାୟତ ରୁ ଆସିଥିବା ଶତାଧିକ ଯାଦବ ମାନେ ଉପସ୍ଥିତ ଥିଲେ।



