ଗଣେଶ ପୂଜା ପାଇଁ ସଜବାଜ୍ଜ
ବାଉଁଶ ଭିଡ଼ା କାର୍ଯ୍ୟ ଯୋରଦାର
ତାଳଚେର, ୦୫/୦୯ ତାଳଚେରର ପାର୍ବଣଋତୁ ଆରମ୍ଭ ହେବା ସହ ଅଗ୍ରପୂଜ୍ୟ ଗଣପତି ବାବାଙ୍କ ପୂଜାକୁ ନେଇ ପ୍ରତ୍ୟେକ ପୂଜାମଣ୍ଡପ ଗୁଡ଼ିକରେ ଟେଂଟ୍ହାଉସ୍ ପକ୍ଷରୁ ବାଉଁଶ ଭିଡ଼ା କାର୍ଯ୍ୟ ପ୍ରକ୍ରିୟା ଶେଷହେବା ସହ ଆଲୋକମାଳାରେ ତାଳଚେର ସହର ସାରା ସନ୍ଧ୍ୟା ସମରେ ଝଲମଲ ଦେଖାଯାଉଛି । ତାଳଚେରର ଏହି ପ୍ରସିଦ୍ଧ ଗଣପର୍ବ ଗଜାନନଙ୍କୁ ନେଇ ୧୧ଦିନ ସହର ଚଳଚଂଚଳ ହୋଇ ପଡ଼ିବ ବୋଲି ଅନୁମାନ କରାଯାଉଛି । ତେବେ ପୂଜାକୁ ନେଇ ତାଳଚେର ଅଂଚଳରେ ପ୍ରାୟ କେତେ ଗୁଡ଼ାଏ ଦୋକାନ ବଜାର ବସିଗଲାଣି । ଚଳିତ ସେପ୍ଟେମ୍ବର ୧୪ତାରିଖରେ ଅଗ୍ରପୂଜ୍ୟ ପ୍ରଭୂଗଜନ୍ନଙ୍କ ପୂଜା ଓ ୨୬ ତାରିଖରେ ମେଲାଣି ହେଉଥିବା ବେଳେ ପ୍ରଶାସନ ପକ୍ଷରୁ ସମସ୍ତ ପୂଜାମଣ୍ଡପ ଓ କେନ୍ଦ୍ରୀୟ ଗଣେଶପୂଜା କମିଟି ସଦସ୍ୟ ମାନଙ୍କ ମଧ୍ୟରେ ଏକ ବୈଠକ କରାଯାଇ କିପରି ୧୧ଦିନ ପର୍ଯ୍ୟନ୍ତ ଲୋକଙ୍କ ସୁବିଧା ନିମନ୍ତେ ବ୍ୟାପକ ପ୍ରସ୍ତୁତି ହୋଇପାରିବ ତା ଉପରେ ତତ୍ପରତା ପ୍ରକାଶ ପାଇବା ସହ ନିଷ୍ପତି ନିଆଯାଇଥିଲା । ଗଜାନନଙ୍କ ପୂଜା ମାହୋଲରେ ପ୍ରବଳ ଜନସମାଗମ ହେବ ବୋଲି ଆଶା କରାଯାଉଛି, ତେଣୁ ତାଳଚେରର ମୁଖ୍ୟ ରାସ୍ତା ଓ ପୂଜାମଣ୍ଡପ ଗୁଡ଼ିକ ନିକଟରେ ପୋଲିସ୍ ମୂତୟନ କରାଯାଇ ଟ୍ରାଫିକକୁ ନିୟନ୍ତ୍ରଣ ବ୍ୟବସ୍ଥା କଡ଼ାକଡ଼ି କରାଯିବା, ରୋମିଓ ମାନଙ୍କ ଗାଡ଼ିଚାଳନା, ମଦ୍ୟପ, ଚୋରୀ, ଡ଼କାୟତି, ରାହାଯାନୀ, ଛିନତାଇ ଏଗୁଡ଼ିକ ଉପରେ ତୀକ୍ଷ୍ଣନଜର ରଖିବାକୁ ପୋଲିସ୍ ପ୍ରଶାସନ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି । ବାବା ଗଜାନନଙ୍କ ପୂଜାକୁ ନେଇ ପ୍ରତିଦ୍ୱିନ୍ଦିତା ଆରମ୍ଭ ହୋଇଗଲାଣି । କେଉଁପୂଜା ମଣ୍ଡପ କେତେ ରକମର ସାଜସଜ୍ଜା କରିବେ ସେ ନେଇ ସମସ୍ତ ପୂଜା କମିଟି ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିଲାଣି । ପୂର୍ବବର୍ଷ କେତେକ ସ୍ଥାନରେ ଯୁବପିଢ଼ୀ ପୂଜା କରୁଥିବା ଓ ଭସାଣୀରେ ଡ଼ିଜେ ସାଉଣ୍ଡକୁ ନେଇ ପ୍ରତିଯୋଗିତା କରୁଥିଲେ, କିନ୍ତୁ ଉଚ୍ଚବିକଟାଳ ଶଦ୍ଦକାରୀ ଡ଼ିଜେ ସାଉଣ୍ଡକୁ ଚଳିତବର୍ଷ ନିଷିଦ୍ଧ କରାଯାଇଛି । ତେବେ ଖାସ୍ କରି ପୂଜାମାହୋଲରେ ବିଭିନ୍ନ କିସମର ଦୋଳି, ମନୋହରି ଦୋକାନ, ଚାର୍ଟ, ଗୁପଚୁପ୍, ଫାଷ୍ଟଫୁଡ଼ ଇତ୍ୟାଦି ଦୋକାନ ଗୁଡ଼ିକରେ ଗହଳି ହୋଇଥାଏ । ଏହାକୁ ନେଇ ପୂଜା ମାହୋଲରେ ଟ୍ରାଫିକ ସମସ୍ୟା ଏକ ବଡ଼ ସମସ୍ୟା ରୂପେ ଉଭା ହୋଇଥାଏ । ପ୍ରଶାସନ ପକ୍ଷରୁ ଏହାକୁ ନିୟନ୍ତ୍ରଣ କରାଯାଇ ପାରିଲେ ବେଶ ଆନନ୍ଦ ସହକାରେ ଲୋକେ ପୂଜାକୁ ଉପଭୋଗ କରିପାରିବେ ବୋଲି ବିଭିନ୍ନ ପୂଜାମଣ୍ଡପ ଗୁଡ଼ିକ କହିବା ସହ ସନ୍ଧ୍ୟା ସମୟରେ ଭାରୀଯାନ ଚଳାଚଳ ନକରିବା ଉପରେ ମତପ୍ରଦାନ କରିଛନ୍ତି ।

September 6, 2026/
No Comments


