ପୋଲିସ ପକ୍ଷରୁ ବିକଟାଳ ଶଦ୍ଦପ୍ରଦ୍ୟୁଷଣ ବାଇକ ଜବତ
ତାଳଚେର ୦୭/୦୯ ଆଗକୁ ବାବା ଗଣପତିଙ୍କର ପୂଜାଉତ୍ସବ ଥିବାରୁ ଏହାକୁ ଦୃଷ୍ଟିରେ ରଖି ବିକଟାଳ ଶଦ୍ଦ କରୁଥିବା ବାଇକ ଗୁଡ଼ିକ ଟାର୍ଗେଟ କରି ଆଜି ତାଳଚେର ପୋଲିସ୍ ପକ୍ଷରୁ ଛକ, ମାର୍କେଟ, ରାଜପଥ ଓ ବିଭିନ୍ନ ରାସ୍ତା ଯୋରଦାର ଚଢ଼ାଉ କରିବା କରିବା ସହ ୧୨ଟି ବୁଲେଟ୍ ଜବତ କରିଥିବା ଜଣାପଡ଼ିଛି । ଏହି ବୁଲେଟ ଗୁଡ଼ିକ ପ୍ରଚଣ୍ଡ ଶଦ୍ଦ ସହ ବସଭଳି ହର୍ଣ୍ଣ ବଜାଇ ମାର୍କେଟ ଗୁଡ଼ିକରେ ଚଳପ୍ରଚଳ କରୁଥିବାରୁ ବୃଦ୍ଧ, ବୃଦ୍ଧା, ଛୋଟପିଲା, ହୃଦରୋଗୀ ଆଦି ଚମକି କାନରେ ହାତ ଦେଇଥାନ୍ତି । ବାରମ୍ବାର ଅଭିଯୋଗ ହେବାପରେ ପୋଲିସ ପକ୍ଷରୁ ବ୍ୟାପକ ଚଢ଼ାଉ କରାଯାଇ ଉକ୍ତ ବୁଲେଟ ଗୁଡ଼ିକୁ ଜବତ କରିଥିବା ଘଟଣା ନିଶ୍ଚିତଭାବେ ସ୍ୱାଗତଯୋଗ୍ୟ ପଦକ୍ଷେପ । ତେବେ ଏହି ଚଢ଼ାଉ ଆଗାମୀ ଦିନରେ ଜାରି ରହିଲେ ନିଶ୍ଚତଭାବେ ରୋଡ଼ ରୋମିଓ ସାବାଡ଼୍ ହେବେ ବୋଲି ଶୁଣାଯାଉଛି । ତେବେ ଏସମ୍ପର୍କରେ ପୋଲିସ୍ର କୌଣସି ତଥ୍ୟ ହସ୍ତଗତ ହୋଇ ନାହିଁ ।



