ଜିନ୍ଦଲ ଫାଉଣ୍ଡେସନର‘ଉତ୍କର୍ଷ’କାର୍ଯ୍ୟକ୍ରମରେ ସଫଳ ୧୦ ଓପିଏସସି ପ୍ରାର୍ଥୀ ସମ୍ବର୍ଦ୍ଧିତ
ଅନୁଗୋଳ, ସେପ୍ଟେମ୍ବର ୯: ଜିନ୍ଦଲ ଫାଉଣ୍ଡେସନ୍ରର ପ୍ରମୁଖ କୋଚିଂ କାର୍ଯ୍ୟକ୍ରମ ‘ଉତ୍କର୍ଷ’ଜରିଆରେ ପ୍ରସ୍ତୁତି କରି ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପରୀକ୍ଷାରେ ସଫଳତା ହାସଲ କରିଥିବା ୧୦ ଜଣ ସଫଳ ପ୍ରାର୍ଥୀଙ୍କୁ ଜିନ୍ଦଲ ଫାଉଣ୍ଡେସନ୍ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।
ଜିନ୍ଦଲ ଷ୍ଟିଲ୍, ଅନୁଗୋଳଠାରେ ଆୟୋଜିତ ହୋଇଥିବା ସମ୍ବର୍ଦ୍ଧନା ସମାରୋହରେ ଜିନ୍ଦଲ ଷ୍ଟିଲ୍ର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀ ରାଜୀବ କୁମାର, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ପି.କେ. ବିଜୁ ନାୟାର ଏବଂ ଜିନ୍ଦଲ ଫାଉଣ୍ଡେସନ୍ର ସିଏସଆର ଗୋଷ୍ଠୀ ମୁଖ୍ୟ ଶ୍ରୀ ରିଷି ପଠାନିଆ ଉପସ୍ଥିତ ଥିଲେ।
ଏହି ଅବସରରେ ଓପିଏସସି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା – ଶ୍ରୀ ସଂଗ୍ରାମ ପ୍ରଧାନ (୫ମ ସ୍ଥାନ), ସୁଶ୍ରୀ ସୁମନ ଗୁପ୍ତା (୧୫ତମ ସ୍ଥାନ), ଶ୍ରୀ ସୋମନାଥ ପତି (୧୭ତମ ସ୍ଥାନ), ଶ୍ରୀ ସୌରଭ ମହାପାତ୍ର (୩୦ତମ ସ୍ଥାନ), ସୁଶ୍ରୀ ଶୁଭଲକ୍ଷ୍ମୀ ପାତ୍ର (୩୪ତମ ସ୍ଥାନ), ସୁଶ୍ରୀ ଶତରୂପା ମିତ୍ର (୪୯ତମ ସ୍ଥାନ), ସୁଶ୍ରୀ ଅକ୍ଷତା ସାହୁ (୭୧ତମ ସ୍ଥାନ), ଶ୍ରୀ ରବୀନ୍ଦ୍ର ରାଉତ (୧୦୭ତମ ସ୍ଥାନ), ସୁଶ୍ରୀ ସୁଭାସ୍ମିତା ଜେନା (୧୧୧ତମ ସ୍ଥାନ) ଏବଂ ଶ୍ରୀ ସଞ୍ଜୟ ପୁର୍ତ୍ତି (୧୪୧ତମ ସ୍ଥାନ)ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ସଫଳ ପ୍ରାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇ ଶ୍ରୀ ରାଜୀବ କୁମାର ସେମାନଙ୍କ ଅଧ୍ୟବସାୟ ଓ ଦୃଢ଼ ସଂକଳ୍ପକୁ ପ୍ରଶଂସା କରିବା ସହ ନିଜ ସ୍ୱପ୍ନକୁ ସାକାର କରିଥିବାରୁ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେ କହିଥିଲେ ଯେ, ଜିନ୍ଦଲ ଷ୍ଟିଲ୍ର ସାମାଜିକ ଦାୟିତ୍ୱ ଶାଖା ଜିନ୍ଦଲ ଫାଉଣ୍ଡେସନ୍ ମାଧ୍ୟମରେ ଏଭଳି ପ୍ରତିଭାବାନ ଯୁବପ୍ରତିଭାଙ୍କୁ ନିରନ୍ତର ସମର୍ଥନ ଓ ମାର୍ଗଦର୍ଶନ ଜାରି ରଖିବ, ଯାହାଦ୍ୱାରା ସେମାନେ ସମାଜ ପାଇଁ ଦାୟିତ୍ୱବାନ ଓ ପ୍ରେରଣାଦାୟୀ ଯୋଗଦାନ ଦେଇପାରିବେ । ଶ୍ରୀ ପି.କେ. ବିଜୁ ନାୟାର ସଫଳ ପ୍ରାର୍ଥୀମାନଙ୍କୁ ଲୋକସେବାର ମୂଲ୍ୟବୋଧକୁ ବଜାୟ ରଖିବା ଏବଂ ସମାଜରେ ଅର୍ଥପୂର୍ଣ୍ଣ ଅବଦାନ ଦେବାକୁ ଉତ୍ସାହିତ କରିଥିଲେ।
‘ଉତ୍କର୍ଷ’ କୋଚିଂ କାର୍ଯ୍ୟକ୍ରମ ଜରିଆରେ ଅର୍ଥନୈତିକ ଭାବେ ଅନଗ୍ରସର ପରିବାରର ସିଭିଲ୍ ସର୍ଭିସ୍ ଆଶାୟୀମାନଙ୍କୁ ମାଗଣା କୋଚିଂ ଏବଂ ଶୈକ୍ଷିକ ମାର୍ଗଦର୍ଶନ ପ୍ରଦାନ ଜରିଆସୁଛି । ଗତ ପାଞ୍ଚ ବର୍ଷ ମଧ୍ୟରେ କାର୍ଯ୍ୟକ୍ରମ ଜରିଆରେ ୬୮ ଜଣ ପ୍ରାର୍ଥୀ ଓପିଏସସସି ପରୀକ୍ଷାରେ ସଫଳତା ହାସଲ କରିଥିବାବେଳେ, ୧୨୦ରୁ ଅଧିକ ପ୍ରାର୍ଥୀ ବିଭିନ୍ନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ହେଉଥିବା ସରକାରୀ ପରୀକ୍ଷାରେ ଯୋଗ୍ୟତା ହାସଲ କରିଛନ୍ତି।
ସଫଳ ପ୍ରାର୍ଥୀମାନେ ଜିନ୍ଦଲ ଫାଉଣ୍ଡେସନ୍ ପକ୍ଷରୁ ପ୍ରଦାନ କରାଯାଇଥିବା ମାର୍ଗଦର୍ଶନ ଏବଂ ଆଇଏଏସ୍ ଗୁରୁକୂଳର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ଶ୍ରୀ ସୂରଜ କୁମାର ମିଶ୍ରଙ୍କ ଦ୍ୱାରା ଆୟୋଜିତ ମୌଖିକ ପରୀକ୍ଷା ସମେତ ବିଭିନ୍ନ ସହାୟତା ପାଇଁ କୃତଜ୍ଞତା ଜଣାଇଥିଲେ।
ଏହି ଅବସରରେ ଜିନ୍ଦଲ ଷ୍ଟିଲ ଅନୁଗୋଳର ସିଏସଆର ମୁଖ୍ୟ ଶ୍ରୀ ଜୟନ୍ତ କୁମାର ମହାନ୍ତିଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ସଦସ୍ୟମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ସଫଳ ପ୍ରାର୍ଥୀମାନଙ୍କୁ ଜିନ୍ଦଲ ଷ୍ଟିଲ୍ ପ୍ଲାଣ୍ଟ ପରିଦର୍ଶନ କରାଯାଇଥିଲା।



