ନୀଳକଣ୍ଠେଶ୍ୱର ଡ଼ିଗ୍ରୀ କଲେଜର ଅବସରପ୍ରାପ୍ତ କର୍ମଚାରୀଙ୍କ ପରଲୋକ
ତାଳଚେର, ୧୧/୦୯ – ୨ରୁ ୩ବର୍ଷ ପୂର୍ବରୁ ଏକମାତ୍ର ପୁତ୍ର ଦେଶମାତୃକାର ସେବାରେ ନିୟୋଜିତ ରହି ସହୀଦ ହୋଇଥିବା ବେଳେ ପ୍ରାୟ ଦେଢ଼ବର୍ଷ ପୂର୍ବରୁ ନିଜ ପୁତ୍ରକୁ ହରାଇ ମର୍ମାହତ ହୋଇପଡ଼ିଥିବା ନିଳକଣ୍ଠେଶ୍ୱର ଡ଼ିଗ୍ରୀ ମହାବିଦ୍ୟାଳୟର ଅବସରପ୍ରାପ୍ତ କର୍ମଚାରୀଙ୍କ ବିୟୋଗ ଖବର ସମସ୍ତଙ୍କୁ ମର୍ମାହତ କରିଛି । ପ୍ରାୟ ୩ବର୍ଷରୁ ପୂର୍ବରୁ ଶହୀଦ ରାଣାପ୍ରତାପ ଦାସଙ୍କ ଆଦରଣୀୟ ପିତା ଶ୍ରୀବତ୍ସ ଦାସ ତାଳଚେର ବ୍ଲକ ଅନ୍ତର୍ଗତ କଣ୍ଢାଳ ପଂଚାୟତ ତାଳବେଡ଼ା ଏକାଦଶୀପୁର ଗ୍ରାମର ଶ୍ରୀ ଦାସଙ୍କ ଆଜି ପରଲୋକ ଘଟିଛି । ଏହି ଖବର ପ୍ରଚାରିତ ହେବାପରେ ତାଙ୍କ ବାସଭବନକୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସୂଅ ଛୁଟିଥିଲା ଓ ସେଠାରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ସେ ତାଙ୍କ ଜୀବନ କାଳମଧ୍ୟରେ ଛାତ୍ରଛାତ୍ରୀଙ୍କୁ କହୁଥିଲେ କି, ଶିକ୍ଷା ଏକ ଉଚ୍ଚତମ ଆଧାରର ପ୍ରତୀକ ତେଣୁ ସର୍ବଦା ଶିକ୍ଷା ଆରୋହଣ କରିବା ଓ କରାଇବା ମହତ ଉଦ୍ଦେଶ୍ୟର ପଥିକ ଅଟେ । ଶ୍ରୀ ଦାସ ଜଣେ ମିଷ୍ଠଭାଷୀ, ପରୋପକାରୀ, ମେଳାପୀ ଓ ବ୍ୟବହାର ଚରିତର ବ୍ୟକ୍ତି ଥିଲେ । ତାଙ୍କର ଶେଷ କୃତ୍ୟ ଗ୍ରାମ ମଶାଣୀରେ ସମ୍ପର୍ଣ୍ଣ କରାଯାଇଥିଲା । ତାଙ୍କର ମୃତ୍ୟୁ ବେଳକୁ ସପରିବାର ଉପସ୍ଥିତ ସହ ଖବର ପ୍ରଚାରିତ ପରେ ସମ୍ପର୍କୀୟ, ବନ୍ଧୁବାନ୍ଧବ, ପଡ଼ୋଶୀଙ୍କ ତାଙ୍କ ବାସଭବନକୁ ସୂଅ ଛୁଟିଥିଲା ।

September 14, 2026/
No Comments


