ଢେଙ୍କାନାଳରେ ଗଣେଶ ପୂଜା ପାଇଁ ସେଓ ବୁନ୍ଦିଆ ପ୍ରସ୍ତୁତି ଜୋରଦାର
ପ୍ରସିଦ୍ଧ ଗଣେଶ ପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଢେ଼ଙ୍କାନାଳ ସହର । ପୂଜା ପାଇଁ ଏବେଠାରୁ ଜୋରସୋରରେ ଚାଲିଛି ସେଓ ଓ ବୁନ୍ଦିଆ ପ୍ରସ୍ତୁତି।
ଦକ୍ଷିଣକାଳୀ ରୋଡ୍ ମହାବୀର ବଜାରର ସୀତାରାମ ବରା ପକ୍ଷରୁ ଗଣେଶ ପୂଜା ଅବସରରେ ସେଓ ଓ ବୁନ୍ଦିଆ ପ୍ରସ୍ତୁତ କରାଯାଉଛି। ସକାଳୁ କାରିଗରମାନେ ମିଠା ପ୍ରସ୍ତୁତିରେ ବ୍ୟସ୍ତ ରହିଛନ୍ତି।
ଏଠାରେ ସେଓ କିଲୋପ୍ରତି ୨୨୦ ଟଙ୍କା ଏବଂ ବୁନ୍ଦିଆ କିଲୋପ୍ରତି ୨୦୦ ଟଙ୍କାରେ ବିକ୍ରି ହେଉଛି। ବ୍ୟବସାୟୀଙ୍କ କହିବା ଅନୁଯାୟୀ, ଏହି ସେଓ ଓ ବୁନ୍ଦିଆ ଫିଡମ୍ ତେଲରେ ପ୍ରସ୍ତୁତ କରାଯାଉଛି।
ଗଣେଶ ପୂଜା ସମୟରେ ମିଠାର ଚାହିଦା ବଢ଼ିବ ବୋଲି ଆଶା ରହିଛି। ଏହା ସହ ଭଲ ବ୍ୟବସାୟ ହେବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀମାନେ।
ପୂଜା ଯେତିକି ପାଖେଇ ଆସୁଛି, ସେତିକି ବଢ଼ୁଛି ମିଠା ପ୍ରସ୍ତୁତିର ବ୍ୟସ୍ତତା। ଗଣେଶ ପୂଜାକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ରହିଛି ଉତ୍ସାହ



