ଉଦ୍ଧାର ହୋଇଥିବା ବନ୍ୟଜନ୍ତୁଙ୍କ ଚିକିତ୍ସା ଓ ଯତ୍ନରେ ଅନୁଗୋଳ ବନଖଣ୍ଡର ପ୍ରଶଂସନୀୟ ପଦକ୍ଷେପ

ଅନୁଗୋଳ: ଉଦ୍ଧାର ହୋଇଥିବା ବନ୍ୟଜନ୍ତୁଙ୍କ ଚିକିତ୍ସା, ସୁରକ୍ଷା ଓ ପୁନର୍ବାସ କ୍ଷେତ୍ରରେ ଅନୁଗୋଳ ବନଖଣ୍ଡର ରେସ୍କ୍ୟୁ ରେସପନ୍ସ ଟିମ୍ (RRT) ଓ ମୋବାଇଲ୍ ଭେଟେରିନାରି ୟୁନିଟ୍ (MVU) ଟିମ୍ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି।
ନିକଟରେ ଏହି ଟିମ୍ଗୁଡ଼ିକ ଆହତ ଏକ ଚିଲ ଓ ଏକ ତାଳଚଟାକୁ ଆବଶ୍ୟକୀୟ ଚିକିତ୍ସା ଯୋଗାଇବା ସହ ସହାୟକ ଯତ୍ନ ଓ ନିୟମିତ ସ୍ୱାସ୍ଥ୍ୟ ନିରୀକ୍ଷଣ କରିଛନ୍ତି। ଆହତ ବନ୍ୟଜନ୍ତୁଙ୍କ ଉଦ୍ଧାରଠାରୁ ଆରମ୍ଭ କରି ଚିକିତ୍ସା, ସୁସ୍ଥତା ଓ ପୁନର୍ବାସ ପର୍ଯ୍ୟନ୍ତ ପ୍ରତ୍ୟେକ ପର୍ଯ୍ୟାୟରେ ଟିମ୍ ପକ୍ଷରୁ ଯତ୍ନ ନିଆଯାଉଛି।
ବନ୍ୟଜନ୍ତୁମାନେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ସେମାନଙ୍କୁ ସୁରକ୍ଷିତ ଭାବେ ପ୍ରାକୃତିକ ବାସସ୍ଥାନକୁ ଫେରାଇବା ଲକ୍ଷ୍ୟରେ ବନ ବିଭାଗର ଏହି ପ୍ରୟାସ ଜାରି ରହିଛି। ବନ୍ୟଜନ୍ତୁ ସୁରକ୍ଷା, ପ୍ରକୃତିର ପୁନରୁଦ୍ଧାର ଓ ମଣିଷ-ବନ୍ୟଜନ୍ତୁ ସହାବସ୍ଥାନ ପାଇଁ ଏଭଳି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ।



