ଧୁମ୍ ଧାମ ରେ ପାଳିତ ହେଲା ସର୍ଵେ ଗଣେଶ ପୂଜା ।

ସମ୍ବଲପୁର ଜିଲ୍ଲା ସର୍ବେ ଗ୍ରାମରେ (୧୪-୯-୨୦୨୬)
ଜମନକିରା ବ୍ଲକ ଅନ୍ତର୍ଗତ କେନାଢିପା ପଞ୍ଚାୟତ ର ସର୍ଵେ ଗ୍ରାମରେ ଧୁମ୍ ଧାମ ରେ ଗଣେଶ ପୂଜା ପାଳିତ ହୋଇଯାଇଛି। ଦୀର୍ଘ ବର୍ଷ ପିଢ଼ି ପରେ ପିଢ଼ି ଧରି ଚାଲିଆସୁଥିବା ଏହି ଗଣେଶ ପୂଜା ମହା ଆଡ଼ମ୍ବରରେ ପାଳିତ ହୋଇଥାଏ। ଗ୍ରାମ ର ଅବାଳ ବୃଦ୍ଧ ବନିତା ଏଠି ସାମିଲ ହୋଇଥାନ୍ତି । ସାଜସଜ୍ଜା ଏଠାରେ ଅତି ସୁନ୍ଦର ଭାବରେ କରାଯାଇଥାଏ। ଗ୍ରାମ ର ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ କୁହନ୍ତି, ଆଗ ଅପେକ୍ଷା ବର୍ତ୍ତମାନ ଅଧିକ ସୁନ୍ଦର ଭାବରେ ଏହି ପୁଜା ହଉଛି। ନୂତନ ଯୁବ ପିଢ଼ି ଏଥିରେ ସକ୍ରିୟ ଭାବରେ ଯୋଗଦାନବ କରୁଛନ୍ତି । ଏହା ଗ୍ରାମର ଏକତା କୁ ମଜବୁତ କରିବାରେ ସହାୟକ ହେଉଛି। ଗ୍ରାମର ସମସ୍ତ ଯୁବକ ଅଜୟ କୁମାର ନାଏକ, କୈଳାଶ ସାହୁ, ସଚିନ୍ ସେଠ୍, ଅଜୟ କୁମୁରା, ଶେଖର କୁମୁରା, ଶୁଭମ୍ କୁମୁରା, ସଙ୍କେତ ମାଝୀ, ବନିତ୍ ପଟ୍ଟା, ସୁପ୍ରଭାତ ପେଣ୍ଠେଇ, ଆନନ୍ଦ କୁମୁରା, ସାହିଲ ସେଠ୍, ଦୀପକ କଲୋ, ଆୟୁଷ କୁମୁରା, କ୍ରିଷ୍ଣା ନାଏକ, କରନ କୁମୁରା। ସମ୍ବଲପୁର ରୁ ନରେନ୍ଦ୍ର ସାହୁ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ।




