ଘରୋଇ ବସ ମାଲିକ ସଂଘ ପକ୍ଷରୁ ବିଶ୍ୱକର୍ମା ପୂଜା ପାଳିତ
ଢେଙ୍କାନାଳ ବସ୍ଷ୍ଟାଣ୍ଡଠାରେ ଘରୋଇ ବସ ମାଲିକ ସଂଘ ପକ୍ଷରୁ ଶ୍ରଦ୍ଧା ଓ ଭକ୍ତିର ସହ ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି।
ପୂଜା ଅବସରରେ କଳସ ପୂଜା, ମଣ୍ଡଳ ପୂଜା ସହ ଭଗବାନ ବିଶ୍ୱକର୍ମାଙ୍କୁ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା କରାଯାଇଥିଲା। ଏଥିସହ ହୋମଯଜ୍ଞ ଓ ବିଭିନ୍ନ ପ୍ରକାର ଭୋଗ ଅର୍ପଣ କରାଯାଇଥିଲା।
ପୂଜକ ସୁଶା ଭାଇନାଙ୍କ ଦ୍ୱାରା ପୂଜାର୍ଚ୍ଚନା ସମ୍ପନ୍ନ ହୋଇଥିଲା। ମଧ୍ୟାହ୍ନ ସମୟରେ ଉପସ୍ଥିତ ଭକ୍ତ ଓ ଅତିଥିମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା।
ଏହି ପୂଜା ଅବସରରେ ଘରୋଇ ବସ ମାଲିକ ସଂଘର ସଭାପତି ପ୍ରଭାକର ବେହେରା, ସମ୍ପାଦକ ପ୍ରମୋଦ ବେହେରା, ଉପସଭାପତି ପ୍ରଶାନ୍ତ ମହାନ୍ତି, ଯୁଗ୍ମ ସମ୍ପାଦକ ରୁଦ୍ର ନାରାୟଣ ତ୍ରିପାଠୀ, କୋଷାଧ୍ୟକ୍ଷ ସଞ୍ଜୟ କୁମାର ମିଶ୍ର ଓ ଉପକୋଷାଧ୍ୟକ୍ଷ ମନି ରାଉତଙ୍କ ସମେତ ସଂଘର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ଶେଷରେ ଭକ୍ତିମୟ ପରିବେଶରେ ବିଶ୍ୱକର୍ମା ପୂଜା ଉତ୍ସବ ସମ୍ପନ୍ନ ହୋଇଥିଲା।



