ଶ୍ରୀ ଶ୍ରୀ ମଉଡମଣି ରାଜଲକ୍ଷ୍ମୀ ପ୍ରତିଷ୍ଠାନ, ମୀନାବଜାରର ଲକ୍ଷ୍ମୀପୂଜା ଉପଲକ୍ଷେ ମାଟି ଅନୁକୂଳ
ଢେଙ୍କାନାଳ, ୧୯/୯: ଶ୍ରୀରାଧାଷ୍ଟମୀ ତିଥିରେ ଶ୍ରୀ ଶ୍ରୀ ମଉଡମଣି ରାଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ମୀନାବଜାରର ପରମ୍ପରା ଅନୁଯାୟୀ ଚଳିତ ବର୍ଷ ଲକ୍ଷ୍ମୀପୂଜା ନିର୍ମିତ ପୁଣ୍ୟତୋୟା ବ୍ରାହ୍ମଣୀ ନଦୀ କୂଳରୁ ଘଂଟ, ଶଙ୍ଖ, ବାଦ୍ୟ ଓ ସଂକୀର୍ତନ ସହ ପୂଜାର୍ଚ୍ଚନା ପରେ ମାଟି ଅନୁକୂଳ କରାଯାଇ ମା’ ଲକ୍ଷ୍ମୀଙ୍କ ବିଗ୍ରହ ନିର୍ମିତ ପବିତ୍ର ମାଟି ସ୍ଥାପନା ଉଦ୍ଦେଶ୍ୟରେ ସଂଗ୍ରହ କରାଯାଇଥିଲା । ତତ୍ପରେ ଶ୍ରୀ ବଳଦେବଜୀଉଙ୍କ ଠାରୁ ପୂଣ୍ୟ ମାଟି ସହର ପରିକ୍ରମା କରାଯାଇ ପୀଠରେ ପହଁଚିଥିଲା । ଏହି ମାଟି ଅନୂକୂଳରେ ଟ୍ରଷ୍ଟ ଅଧ୍ଯକ୍ଷ ଲଳିତ କୁମାର ପଟ୍ଟନାୟକ, ପୂଜା କମିଟି ସଭାପତି ରବି ନାରାୟଣ ମହାନ୍ତି, ଟ୍ରଷ୍ଟ ଉପାଧ୍ଯକ୍ଷ ବିରଞ୍ଚି ନାରାୟଣ ସାହୁ, କାର୍ଯ୍ୟକାରୀ ସଭାପତି ନିରୋଦ କୁମାର ସାହୁ, ପୂଜା କମିଟି ସଂପାଦକ ପୀତବାସ ସାହୁ, ଟ୍ରଷ୍ଟ ସେକ୍ରେଟାରୀ ପ୍ରଫୁଲ୍ଲ କୁମାର ବେହେରା, ଟ୍ରଷ୍ଟ କୋଷାଧକ୍ଷ ଲୋକନାଥ ମହାପାତ୍ର, କମିଟି କୋଷାଧକ୍ଷ ଦୟାନିଧ ବେହେରା, କମିଟି ଉପସଭାପତି ଭବୟନାଥ ବେହେରା, ଟ୍ରଷ୍ଟି ସଂପାଦକ ପ୍ରଫୁଲ୍ଲ କୁମାର ସାହୁ, ଶ୍ରୀକାନ୍ତ କୁମାର ମହାପାତ୍ର, ବୀରବର ସାହୁ, ସୁଧାଂଶୁ କୁମାର ସାହୁ, ସାଇପ୍ରସାଦ ଦଳେଇ, ଜିତେସ୍ କୋଟାକ, ଜିତେନ୍ଦ୍ର ମହାପାତ୍ର, ସହସଂପାଦକ ପ୍ରଭାତ କୁମାର ଦଳେଇ, ଦିଲ୍ଲୀପ କୁମାର ସାହୁ, ଚନ୍ଦନ ପାତ୍ର, ଅନିଲ୍ ମହାପାତ୍ର, ଦୀପକ ରଣା, ମନୋରଞ୍ଜନ ମହାରଣା, ତୁଷାର ରଂଜନ ମହାପାତ୍ର ପ୍ରମୁଖଙ୍କ ସମେତ ଅନ୍ୟ କର୍ମକର୍ତା ପୂର୍ବତନ ସଭାପତି ରବି ନାରାୟଣ ପଟ୍ଟନାୟକ, ଉପଦେଷ୍ଟା ଅଶୋକ କୁମାର ଦାସ, ଟ୍ରଷ୍ଟୀ କୃଷ୍ଣଚନ୍ଦ୍ର ଦେବତା, ଜି. କେଶବ ରାଓ, ରାଜେନ୍ଦ୍ର ହିନ୍ଦୋଚା, ହେମନ୍ତ ପଟ୍ଟନାୟକ, ଭରତ ହିନ୍ଦୋଚା, ସୁବ୍ରତ କୁମାର ସାହୁ, ଅଜିତ୍ ସାହୁ, ରଣଜିତ୍ ସାହୁ, ଗିରିଜା ଶଙ୍କର ସାହୁ, ବିରଂଚି ରଣା, ଧନେଶ୍ୱର ମହାପାତ୍ର, ଯଶୋବନ୍ତ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ମାଟି ଅନୁକୂଳ ପୂଜା ପୂଜକ ଜଗଦାନନ୍ଦ ତ୍ରିପାଠୀ ଓ ପୂଜକ ରିବିନାରାୟଣ ଦାସ ପରିଚାଳନା କରିଥିବାବେଳେ କର୍ତା ଭାବେ ନରେନ୍ଦ୍ର କୁମାର ସାହୁ ସହଯୋଗ କରିଥିଲେ । ପ୍ରକାଶଥାଉକି, ଚଳିତବର୍ଷ ଲକ୍ଷ୍ମୀପୂଜା ତା.୨୫.୧୦.୨୦୨୬ରିଖ ଠାରୁ ବହୁ ଜାକଜମକରେ ଅନୁଷ୍ଠିତ ହେବ ।



