ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ସାମ୍ବାଦିକ ସଂଘର ନବମ ମାସିକ ବୈଠକ ଅନୁଷ୍ଠିତ

ହିନ୍ଦୋଳ :20/09/2026ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ସାମ୍ବାଦିକ ସଂଘର ନବମ ମାସିକ ବୈଠକ ଏବଂ ବଣଭୋଜି ରାସୋଳ ସାପୁଆ ଡ୍ୟାମଠାରେ ଅନୁଷ୍ଠିତ ହୋଇଯାଇଛି। ଆଜିର ବୈଠକରେ ସଂଘରେ ଯୋଗଦାନ କରିବାପାଇଁ କିଛି ସାମ୍ବାଦିକ ଭାଇ ଇଚ୍ଛା ପ୍ରକାଶ କରିଥିବାରୁ, ସଂଘର କାର୍ଯ୍ୟକର୍ତା ଙ୍କ ନିଷ୍ପତ୍ତିକ୍ରମେ ତାଙ୍କୁ ସଂଘର ସଭ୍ୟଭାବେ ଗ୍ରହଣ କରାଯାଇଥିବାବେଳେ, ନୂତନ କୋଷାଧ୍ୟକ୍ଷ ନିର୍ବାଚନରେ ନିର୍ଦ୍ୱନ୍ଦ୍ୱଭାବେ ତପନ କୁମାର ସାହୁ ଙ୍କୁ ମନୋନୀତ କରାଯାଇଥିଲା। ଆଗାମୀ ଦିନରେ ହିନ୍ଦୋଳ ଓ ଓଡାପଡା ଅଂଚଳର ପ୍ରତ୍ୟେକ ଗରିବ, ନିଷ୍ପେସିତ ଓ ଅବହେଳିତ ଜନସାଧାରଣଙ୍କ ପାଇଁ ସଂଘ ସଦାସର୍ବଦା ସ୍ୱର ହେବବୋଲି ସଂଘର ବରିଷ୍ଠ ଉପଦେଷ୍ଟା ବିକ୍ରମ ସାହୁ ତାଙ୍କ ଅଭିଭାଷଣ ରଖିଥିବାବେଳେ, ଆଜିର ବୈଠକରେ ସଭାପତି ପ୍ରଶାନ୍ତ ଦାସ, ସମ୍ପାଦକ ସୁଜିତ ବେହେରା, ସାମ୍ବାଦିକ ସନାତନ ନାଥ, ସୁଶାନ୍ତ ପାଳ, ସୁବ୍ରତ ମହାପାତ୍ର, ପିଣ୍ଟୁ ସେଠି, ସୁମନ୍ତ ବେହେରା, ବିଭୁ ପ୍ରସାଦ ଶତପଥୀ, ଜିତେନ୍ଦ୍ର ନାୟକ, ଦୀପକ ନାୟକ, ଗୋପବନ୍ଧୁ ବାରିକ, ମିହିର କୁମାର ଏବଂ ହିନ୍ଦୋଳ ଓଡାପଡାର ଅନେକ ସାମ୍ବାଦିକ ବନ୍ଧୁ ଯୋଗଦାନକରି ନିଜ ନିଜର ମତ ଅଭିଭାଷଣରେ ପ୍ରକାଶ କରିଥିବାର ଦେଖିବାକୁ ମିଳିଥିଲା। ହିନ୍ଦୋଳରୁ ସୁବ୍ରତ ମହାପାତ୍ର ଜାଗ୍ରତ ଭାରତ ନ୍ୟୁଜ



