କପିଳାସ ଯୋଗ ଜିଲ୍ଲା, ଢେଙ୍କାନାଳର 60ତମ ଯୋଗଦିବସ ଓ ସଚେତନ ରାଲି ପାଳିତ
_———–==========——–
ଅଦ୍ୟ 20/09/2026 ତାରିଖ ପ୍ରାତଃ 6 ଘଟିକା ସମୟରେ ଭାରତୀୟ ଯୋଗ ସଂସ୍ଥାନ, କପିଳାସ ଯୋଗ ଜିଲ୍ଲା, ଢେଙ୍କାନାଳ ତରଫରୁ 60ତମ ଯୋଗ ଉତ୍ସବ ଅବସରରେ ପ୍ରଭାତଫେରି ସହ ଏକ ସଚେତନତା ରାଲିର ଆୟୋଜନ କରାଯାଇଥିଲା।ଢେଙ୍କାନାଳର ପରମ ଆରାଧ୍ୟ ଶ୍ରୀ ବଳଦେବଜୀଉ ଙ୍କ ମନ୍ଦିରରୁ କପିଳାସ ଯୋଗ ଜିଲ୍ଲା ପ୍ରଧାନ ଶ୍ରୀ ରଘୁନାଥ ତ୍ରିପାଠୀ ଜୀ, ଜିଲ୍ଲାମନ୍ତ୍ରୀ ଡ଼କ୍ଟର ଧର୍ମାନନ୍ଦ ପୃଷ୍ଟି ଜୀ, ଜିଲ୍ଲା ସଂଗଠନ ମନ୍ତ୍ରୀ ଇନ୍ଦିରା ପ୍ରିୟଦର୍ଶିନୀଜୀ ମିଳିତଭାବରେ ଆଜ୍ଞାମାଳ ଆଣିବାପରେ ମନ୍ଦିର ପ୍ରାଙ୍ଗଣରେ ଆଗରୁ ଶୃଙ୍ଖଳିତ ଭାବରେ ଛିଡା ହୋଇଥିବା ରାଲିଟି ଆଗକୁ ବଢିଥିଲା। ବଜରଙ୍ଗ ଯୋଗକେନ୍ଦ୍ରର କେନ୍ଦ୍ରପ୍ରମୁଖ ସ୍ନେହମୟୀ ଜୀ ଓ ଇନ୍ଦିରା ଦେବତାଜୀ ଭଜନପରିବେଷଣ କରି ଥିଲେ।କୈବଲ୍ୟ କ୍ଷେତ୍ର, ଶ୍ରୀ ଜଗନ୍ନାଥକ୍ଷେତ୍ର, ବଳାରାମକ୍ଷେତ୍ରର କ୍ଷେତ୍ର ପ୍ରଧାନ, କ୍ଷେତ୍ର ମନ୍ତ୍ରୀ, କ୍ଷେତ୍ର ସଂଗଠନ ମନ୍ତ୍ରୀ ମାନେ ପ୍ରଶେସନ ର ଦାୟିତ୍ୱ ନେଇଥିଲେ। ଶରତ ଲେଙ୍କା, ଅଭିମନ୍ୟୁ ହୋତା, ସ୍ଲୋଗାନ ମାଧ୍ୟ୍ୟମରେ ଜନସାଧାରଣଙ୍କୁ ଯୋଗ ଦ୍ୱାରା ରୋଗ ଭଲ ହେଵା ବୁଝାଇ ଥିଲେ। ଉମେଶଜୀ ସ୍ଲୋଗାନ ଦେଇ ଯୋଗରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ।ବିଶ୍ୱରଞ୍ଜନଜୀ ଶୃଙ୍ଖଳିତ ଢଙ୍ଗରେ ରାଲି ପରିଚାଳନାକରିବା ଦେଖାଯାଇଥିଲା।ଉକ୍ତରାଲିରେ କୋରିଆଁ,ବଜରଙ୍ଗ, ଖମ।ରସାହି,ସୂର୍ଯ୍ୟମଣ୍ଡପ, ଶ୍ୟାମାଚରଣପୁର, ଦେଉଳସାହି, କାନ୍ତିଓ ପୁଟସାହି, ଖଟୁଆହତା, ସୋଗର, ସିଦ୍ଧବଳଦେବ,କେନ୍ଦ୍ରପ୍ରମୁଖ, ଉପକେନ୍ଦ୍ର ପ୍ରମୁଖ,ସାଧକ ସାଧିକା ପ୍ରମୁଖ ପ୍ଲାକ କାର୍ଡ ଧରି ସଚେତନ ରାଲିର ବାର୍ତ୍ତା ବାଣ୍ଟିଥିଲେ।ମଝିରେ ମଝିରେ ଶରତ ଲେଙ୍କା, ଧର୍ମାନନ୍ଦ ପୃଷ୍ଟି ଓ ରଘୁନାଥଜୀ ଙ୍କ ସ୍ଲୋଗାନ ପ୍ରାତଃ ଭ୍ରମଣକାରୀଙ୍କ ମନକୁ ଛୁଇଁ ଥିଲା। ଭାରତୀୟ ଯୋଗ ସଂସ୍ଥାନରଏହି ନିଶୁକ୍ଳ ସେବା ଶୁଣି ଅଞ୍ଚଳ ବାସୀମାନେ ଆଶ୍ଚର୍ଯ୍ୟ ହୋଇ ବହୁ ସଂଖ୍ୟାରେ ଯୋଗ ଦେବାପାଇଁ କାର୍ଯ୍ୟକର୍ତ୍ତାଙ୍କ ସହ କଥା ହେଉଥିବାର ଦେଖାଯାଇଥିଲା, ଏହିରାଲିଟି ବଳରାମ ମନ୍ଦିର, ମହିଳା ମହାବିଦ୍ୟାଳ, ପରିବାହାଟ, ମୁଖ୍ୟ ଡାକଘର, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ହନୁମାନବାଟିକା, ଷ୍ଟାଡିୟମ, କଚେରୀରୋଡ, ରାଜନଗର ଦେଇ ବଳରାମମନ୍ଦିର କୁ ଫେରିଥିଲା। ଜିଲ୍ଲା ପୁଲିସ ପ୍ରଶାସନର ପ୍ରତ୍ୟକ୍ଷ୍ୟତତ୍ୱାବଧାନରେ ବାହାରିଥିବା ଏହିରାଲିରେ ଶଶୀଭୂଷଣ ସିଂ ଜୀ ,କରୁଣା ରଥ ଜୀ , ସରୋଜ ଭାଇ, ଚତୁର୍ଭୁଜଭାଇ, ପ୍ରସନ୍ନ ଭାଇ, ବେଣୁ ଭାଇ, ରାମ ଭାଇ. ରାଜ ଭାଇ, ବିଜୟଭାଇ,ଅମ୍ବୁଜା ଭଉଣୀ, ସେବତୀ ଭଉଣୀ, ମିନାକ୍ଷୀ ଭଉଣୀ, ସନ୍ତୋସିନି ଭଉଣୀ, ଇତ୍ୟାଦି ଶତାଧିକ ସାଧକ ସାଧିକା ଓ ଗଣମାଧ୍ୟ୍ୟମର ପ୍ରତିନିଧି ଯୋଗଦେବାସହ ସଚେତନତା ରାଲିକୁ
ଫଳ ପ୍ରଦ କରାଇଥିଲେ। ରଘୁନାଥଜୀ ଓ ଧର୍ମାନନ୍ଦଜୀ ଯୋଗର ମହାତ୍ମ ଓ ଖାଦ୍ୟର ଉତ୍ତମ ମାନ ରକ୍ଷା ନିମନ୍ତେ ନିବେଦନ ରଖି ଥିଲେ.।ନିଃଶୁଳ୍କ ଯୋଗ ଜାଣି କିଛି ଲୋକ ଯୋଗର କାର୍ଯ୍ୟକର୍ତ୍ତାଙ୍କ ସହ କଥା ହେଉଥିବାର ଦେଖାଯାଇଥିଲା.। ସ୍ଥାୟୀ ବାସିନ୍ଦା, ପ୍ରାତଃଭ୍ରମଣକ।ରୀ,ପରିବା କିଣାଳୀ ଉଛୁକତ।ର ସହଶୁଣୁଥିବାବେଳେ କରତାଳି ଦେଇ ଏତାଦୃଶ କାର୍ଯ୍ୟକୁ ସ୍ୱାଗତ କରିଥିଲେ। ଶେଷରେ ଜଳଯୋଗ କରାଯାଇ କପିଳାସ ଯୋଗ ଜିଲ୍ଲାର ଜିଲ୍ଲା ପ୍ରଧାନ ଶ୍ରୀ ରଘୁନାଥ ତ୍ରିପାଠୀଜୀ କାର୍ଯ୍ୟକ୍ରମ ଶେଷ ଘୋଷଣା କଲାପରେ କାର୍ଯ୍ୟକ୍ରମ ର ଅନ୍ତ ହୋଇଥିଲା।




