ହିର୍ଲିପାଲି ଉଚ୍ଚ ବିଦ୍ୟାଳୟରେ ସେବା ସଂକଳ୍ପ ଅଭିଯାନ

ବରଗଡ:୨୧/୯(ପବିତ୍ର ମେହେର)::ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ହିର୍ଲିପାଲି ଉଚ୍ଚ ବିଦ୍ୟାଳୟରେ “ସେବା ସଂକଳ୍ପ ଅଭିଯାନ -୨୦୨୬” ଅବସରରେ ମୋ ସ୍ୱପ୍ନର ଭାରତ ବିଷୟ ବସ୍ତୁକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଉତ୍ସାହର ସହ ଅଂଶଗ୍ରହଣ କରି “ସ୍ୱପ୍ନର ଭାରତ ଓ ୨୫ ବର୍ଷର ସେବା” ପ୍ରସଙ୍ଗରେ ନିଜସ୍ୱ ଚିନ୍ତାଧାରା, ସୃଜନଶୀଳତା ଓ ଭବିଷ୍ୟତ ଭାରତ ସମ୍ପର୍କିତ ଆଶାକୁ ଚିତ୍ର ଓ ଭାଷଣ ମାଧ୍ୟମରେ ପ୍ରକାଶ କରିଥିଲେ।ବକ୍ତୃତା ପ୍ରତିଯୋଗିତାରେ ଦଶମ ଶ୍ରେଣୀ ଛାତ୍ରୀ ସୁଶ୍ରୀ ସାହୁ, ତୃପ୍ତିମୟୀ ପ୍ରଧାନ ଓ ମୁସ୍କାନ୍ ସେଠ୍ ଯଥାକ୍ରମେ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଠିକ୍ ସେହିପରି ଚିତ୍ରାଙ୍କନ ପ୍ରତିଯୋଗିତାରେ ନବମ ଶ୍ରେଣୀ ଛାତ୍ର ରମନ ପ୍ରଧାନ, ବେଦବ୍ୟାସ ପ୍ରଧାନ ଓ ଛାତ୍ରୀ ଭାସ୍ଵତୀ ନାୟକ ଯଥାକ୍ରମେ ପ୍ରଥମ,ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ହିର୍ଲିପାଲି ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ବିଦ୍ୟାଧର ପ୍ରଧାନ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।ପରିଚାଳନାରେ ଶିକ୍ଷକ ଦୀପକ କୁମାର ପ୍ରଧାନ,ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ରିଙ୍କୁ ଭୋଇ ସକ୍ରିୟ ସହଯୋଗ କରିଥିଲେ।




