ଆଇପିଏସ୍ ସ୍ତରରେ ବଡ଼ ଅଦଳବଦଳ: ଭୁବନେଶ୍ୱରର ନୂଆ ଡିସିପି ସର୍ବଣା ବିବେକ ଏମ୍.
ଭୁବନେଶ୍ୱର: ଓଡ଼ିଶା ପୁଲିସ ପ୍ରଶାସନରେ ଆଇପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ସର୍ବଣା ବିବେକ ଏମ୍.ଙ୍କୁ ଭୁବନେଶ୍ୱର ଡିସିପି ଭାବେ ନୂଆ ଦାୟିତ୍ୱ ମିଳିଛି।
ସେହିପରି ଅଭିନବ ସୋନକରଙ୍କୁ ବ୍ରହ୍ମପୁର ଏସ୍ପି ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଅଜିଙ୍କ୍ୟ ବି. ମାନେଙ୍କୁ ଢେଙ୍କାନାଳ ଏସ୍ପି ଦାୟିତ୍ୱ ମିଳିଛି।
ଅନ୍ୟପଟେ ଏ.ବି. ଶିଳ୍ଫାଙ୍କୁ ବରଗଡ଼ ଏସ୍ଡିପିଓ ଭାବେ ନିଯୁକ୍ତ କରାଯାଇଛି। ରାଜ୍ୟ ପୁଲିସ ପ୍ରଶାସନରେ ଏହି ଅଦଳବଦଳ ପରେ ବିଭିନ୍ନ ଜିଲ୍ଲାର ପୁଲିସ ନେତୃତ୍ୱରେ ପରିବର୍ତ୍ତନ ଆସିଛି।



