ବିଘ୍ନବିନାଶନ ଙ୍କ ଭସାଣି ଯାତ୍ରା ଧୁମ ଧାମରେ ପାଳିଲେ,. କଳାହାଣ୍ଡି..22/9/(ବାଲେଶ୍ୱର ସୁନାନୀ )ଜୁନାଗଡ଼ ବ୍ଲକ ର ସମସ୍ତ ଗ୍ରାମରେ ବିଭିନ୍ନ ଅନୁଷ୍ଠାନ କୁ ନେଇବିଭିନ୍ନ ପ୍ରକାର ପର୍ବ ପର୍ବାଣି ଅନୁଷ୍ଠିତ ହୁଏ, ସେହିଭଲି ପ୍ରଭୁ ଗଣେଶ ଙ୍କ ପୂଜା ସମସ୍ତ ଗ୍ରାମ ର ଶିକ୍ଷାନୁଷ୍ଠାନ, ଅନୁଷ୍ଠାନ ମାନଙ୍କରେ ପାଳନ କରାଯାଇଥିବାବେଳେ ଜୁନାଗଡ଼ ବ୍ଲକ ର ମହିଭର ଗ୍ରାମରେମଧ୍ୟ ବିଘ୍ନବିନାଶନ ଗଣେଶ ଗଜାନନ ଙ୍କ ପୂଜା ଗ୍ରାମବାସୀ ଏକତ୍ରିତ ହୋଇ ଧୂମଧାମ ରେ ଆଠ ଦିନ ଧରି ପାଳନ କରାଯାଇଥିଲା,ଏହି ପୂଜାରେ ବିଭିନ୍ନ ପ୍ରକାର ସଂସ୍କୃତି କାର୍ଯ୍ୟ କ୍ରମ ଅନୁଷ୍ଠିତ ହେଉଥିଲା,ଆଜି ପ୍ରଭୁ ଗଣେଶ ଙ୍କ ଭସାଣି ଯାତ୍ରାରେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ, ପୁଅ ଝିଅ ଉପସ୍ଥିତ ରହି ବ୍ୟାଣ୍ଡ ବାଜାରେ ଗ୍ରାମ ପରିକ୍ରମା କରି ନାଚ ଗୀତରେ ମଉଜ ମସ୍ତି କରି ପ୍ରଭୁ ଗଣେଶ ଙ୍କୁ ବିସର୍ଜନ କରିଥିଲେ, ଏଥିରେ ମା ଲଙ୍କେଶ୍ୱରୀ ଅନୁଷ୍ଠାନ ର କର୍ମ କର୍ତା ଉପସ୍ଥିତ ରହି ଏହି ଯାତ୍ରା ଟିକୁ ସୁଚାରୁ ରୂପେ ପାଳନ କରିଥିଲେ,



