ପଦ୍ମ ବଜାର ମହାଲକ୍ଷ୍ମୀଙ୍କ ମୃଣ୍ମୟୀ ମୂର୍ତି ନିର୍ମାଣ ପାଇଁ ମାଟି ଅନୁକୂଳ
ଢେଙ୍କାନାଳ, ୨୩/୯ : ଢେଙ୍କାନାଳ ସହର ପଦ୍ମବଜାର ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନର ଆଜି ପବିତ୍ର ସୁନିଆ ଓ ବାମନ ଜନ୍ମ ଅବସରରେ ସ୍ଥାନୀୟ କମଗରା ଘାଟ ଠାରୁ ପୂଜାର୍ଚ୍ଚନା କରାଯାଇ ମା’ ମହାଲକ୍ଷ୍ମୀଙ୍କ ମୃଣ୍ମୟୀ ମୂର୍ତି ନିର୍ମାଣ ପାଇଁ ମାଟି ଅନୁକୂଳ କାର୍ଯ୍ୟକ୍ରମ ଶେଷ ହୋଇଯାଇଅଛି । ବଜାରର ସମସ୍ତ କର୍ମକର୍ତା ତଥା ସାହିବାସୀନ୍ଦା ସଂକୀର୍ତନ ବାଦ୍ୟ ଦ୍ବାରା ଘାଟରେ ପହଁଚି ବିଧି ଅନୁସାରେ ପୂଜା କରାଯାଇ ମାଟି ଅଣି ସହର ପରିକ୍ରମା ପୂର୍ବକ ପୂଜା ମଣ୍ଡପରେ ରଖାଯାଇଥିଲା । ପୂଜକ ସିଦ୍ଧେଶ୍ବର ତ୍ରିପାଠୀ ଓ କର୍ତା ବିଜୟ କୁମାର ସାହୁ ସମସ୍ତ ପୂଜାକୁ ସମ୍ପାଦନ କରିଥିଲେ । କାର୍ଯ୍ୟକାରୀ ସଭାପତି ସୁଶିଲ୍ କୁମାର ସାହୁ, ସଂପାଦକ ଅନିଲ୍ କୁମାର ଦାସ ଓ କମିଟିର ସମସ୍ତ କର୍ମକର୍ତା ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-16-scaled.jpg)


