ଲକ୍ଷ୍ମୀବଜାର ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ପକ୍ଷରୁ ମୃଣ୍ମୟୀ ମୂର୍ତି ନିର୍ମାଣ ପାଇଁ ମୃତିକା ଅନୁକୂଳ
ଢେଙ୍କାନାଳ, ୨୩/୯: ଢେଙ୍କାନାଳ ସହର ଲକ୍ଷ୍ମୀବଜାର ପୂଜା ପ୍ରତିଷ୍ଠାନ ତରଫରୁ ଆଜି ପବିତ୍ର ସୁନିଆ ଓ ବାମନ ଜନ୍ମ ଅବସରରେ ସ୍ଥାନୀୟ କମଗରା ଘାଟ ଠାରୁ ଫଚ ଉପଚାରରେ ପୂଜାର୍ଚ୍ଚନା କରାଯାଇ ମା’ ମହାଲକ୍ଷ୍ମୀଙ୍କ ମୃଣ୍ମୟୀ ମୂର୍ତି ନିର୍ମାଣ ପାଇଁ ମୃତିକା ଅନୁକୂଳ କରାଯାଇଥିଲା । କମିଟିର ସମସ୍ତ ସଦସ୍ୟବୃନ୍ଦଙ୍କ ସହଯୋଗରେ ସଂକୀର୍ତନ ବାଦ୍ୟ ଦ୍ବାରା ଘାଟରେ ପହଁଚି ବିଧି ଅନୁସାରେ ପୂଜାର୍ଚ୍ଚନା କରାଯାଇ ମାଟି ଅଣି ସହର ପରିକ୍ରମା ପୂର୍ବକ ପୂଜା ମଣ୍ଡପରେ ରଖାଯାଇଥିଲା । ପୂଜକ ବାପି ରଥ ଓ କର୍ତା ରଙ୍ଗାଧର ପାତ୍ର ସମସ୍ତ ପୂଜାକୁ ସମ୍ପାଦନ କରିଥିଲେ । ସଭାପତି ଜଗଦୀଶ ଅଗ୍ରୱାଲା, କାର୍ଯ୍ୟକାରୀ ସଭାପତି ପ୍ରଭାକର ବେହେରା ଓ ରଙ୍ଗାଧର ପାତ୍ର, ଉପସଭାପତି ଦେବଦର୍ଶନ ଦେବାଶିଷ ବେହେରା ଓ ରାଜେଶ ସୋନି, ସଂପାଦକ ରବି ନାରାୟଣ ବେହେରା, ସହସଂପାଦକ ମାୟାଧର ପାତ୍ର, ସଂଞ୍ଜୟ ବେହେରା, ସତ୍ୟ ସରୂପ ଦାସ ଓ କାହ୍ନୁ ବେହେରା ପ୍ରମୁଖଙ୍କ ସମେତ ବହୁ ସଦସ୍ୟ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-16-scaled.jpg)


