ଡିସେମ୍ବର 28ରେ ଦିଲ୍ଲୀ ମେଟ୍ରୋର ମାଜେଣ୍ଟା ଲାଇନରେ ପ୍ରଥମ ଚାଳକ ବିହୀନ ଟ୍ରେନ ଚଳାଚଳର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ବିମାନବନ୍ଦର ଏକ୍ସପ୍ରେସ ଲାଇନରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ନ୍ୟାସନାଲ କମନ ମୋବିଲିଟି କାର୍ଡ ସେବାର ମଧ୍ୟ କରିବେ ଶୁଭାରମ୍ଭ
ଜେ ବି ଏନ, ୨୭/୧୨/୨୦୨୦, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 28 ଡିସେମ୍ବର 2020 ପୂର୍ବାହ୍ନ 11ଟା ସମୟରେ ଭିଡିଓ କନଫରେନ୍ସ ଜରିଆରେ ଦିଲ୍ଲୀର ମାଜେଣ୍ଟା ଲାଇନ (ଜନକପୁରୀ ପଶ୍ଚିମ-ବଟାନିକାଲ ଗାର୍ଡେନ) ଭାରତର ପ୍ରଥମ ଚାଳକବିହୀନ ରେଳ ସେବାର ଉଦଘାଟନ କରିବେ। ଏହାସହିତ ବିମାନବନ୍ଦର ଏକ୍ସପ୍ରେସ ଲାଇନରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ନ୍ୟାସନାଲ କମନ ମୋବିଲିଟି କାର୍ଡ ସେବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବେ।
ସୁବିଧାଜନକ ଯାତ୍ରା ଏବଂ ପରିବର୍ଦ୍ଧିତ ପରିବହନ ସେବା କ୍ଷେତ୍ରରେ ଏହି ନୂତନ ପ୍ରୟାସ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବ। ଚାଳକ ବିହୀନ ରେଳ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଏବଂ ଏହା ମାନବୀୟ ତ୍ରୁଟିର ସମ୍ଭାବନାକୁ ସମ୍ପୂର୍ଣ୍ଣ ଦୂର କରିବ। ମାଜେଣ୍ଟା ଲାଇନରେ ଚାଳକ ବିହୀନ ମେଟ୍ରୋ ଚଳାଚଳ କରିବା ପରେ 2021 ମଧ୍ୟଭାଗ ସୁଦ୍ଧା ଦିଲ୍ଲୀ ମେଟ୍ରୋର ପିଙ୍କ ଲାଇନରେ ମଧ୍ୟ ଚାଳକବିହୀନ ଟ୍ରେନ ଚଳାଚଳ କରିବ।
ବିମାନ ବନ୍ଦର ଏକ୍ସପ୍ରେସ ଲାଇନରେ ନ୍ୟାସନାଲ କମନ ମୋବିଲିଟି କାର୍ଡ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ଏହା ଦେଶର ଯେକୌଣସି ସ୍ଥାନରୁ ଜାରି କରାଯାଇଥିବା ରୂପେକାର୍ଡଧାରୀମାନଙ୍କୁ ବିମାନବନ୍ଦର ଏକ୍ସପ୍ରେସ ଲାଇନରେ ଉକ୍ତ କାର୍ଡକୁ ଉପଯୋଗ କରି ଯାତ୍ରା କରିବା ନିମନ୍ତେ ସୁବିଧା ପ୍ରଦାନ କରିବ। 2022 ସୁଦ୍ଧା ସମ୍ପୂର୍ଣ୍ଣ ଦିଲ୍ଲୀ ମେଟ୍ରୋ ନେଟୱର୍କରେ ଏହି ସୁବିଧା ଉପଲବ୍ଧ ହେବ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-27-scaled.jpg)


