କ୍ରଣ୍ଟାକ୍ଟର ଙ୍କ ମନମୁଖୀ ମନରେଗା କାର୍ଯ୍ୟ କୁ ଗ୍ରାମ ବାସି ଙ୍କ ବିରୋଧ

ଜେ ବି ଏନ୍,୨୮/୧୨/୨୦୨୦, (ରିପୋର୍ଟ ଚୈତନ୍ୟ ସାହୁ), ଛେଣ୍ଡିପଦା: ଛେଣ୍ଡିପଦା ବ୍ଲକ ଅଂଚଳ ରେ ପିଛା ଛାଡ଼ୁନି ଦୃନୀତି l ସମସ୍ତେ ଛେଣ୍ଡିପଦା ବିଧାୟକ ଙ୍କ ପାଖ ଲୋକ l ବିଧାୟକ ଙ୍କ ଛତ୍ର ଛାୟା ତଳେ ବଢ଼ି ଚାଲିଛି ଦିନ କୁ ସ୍ଥାନୀୟ କୁଜି ନେତା ଙ୍କ ରାଜୁତି l କିଛି ମାସ ତଳେ ଦୃଗାପୁର ପଂଚାୟତ ରେ କିଛି କୁଜି ନେତା ମାନେ ପାଣି ମାହାର( ଆମ ଗାଁ ଆମ ବିକାଶ )ଉପରେ ଏକ ଘର ତୋଳି ଦେଇଛନ୍ତି l ଯାହା ଗ୍ରାମ ବାସି ତୀବ୍ର ବିରୋଧ କରି ଥିଲେ l ତାପରେ କତଡା ପଂଚାୟତ ଓ ରେ ବେ ଆଇନ ଭାବେ ଚାଲିଥିଲା ପଥର କୁଂଆଁରୀ l ଆଉ ଜିନ୍ଦଲ କମ୍ପାନୀ ସହ ହାତ ମିଶାଇ ସ୍ଥାନୀୟ ଜମି ହରା ଙ୍କୁ ନ୍ୟାୟ ଦେବା ପାଇଁ ଅସଫଳ ତ କେବେ ଟେଂତୁଲେଇ ପଂଚାୟତ ରେ ମୋ ଗୁହାଳ ଯୋଜନା ରେ ମଧ୍ୟ ବଡ଼ ଘୋଟଲା ହୋଇଛି ଯାହା ବିଜେପି ନେତା ପ୍ରାଥୀ ଅଗସ୍ତି ବେହେରା ଓ ସ୍ଥାନୀୟ ଗ୍ରାମ ବାସି ମାନେ ଅଭିଯୋଗ ଆଣି ଥିଲେ l ଏବେ କିନ୍ତୁ ସେଇ ଗ୍ରାମ କ୍ରଣ୍ଟାକ୍ଟର ଜନ୍ମଜୟ ପ୍ରଧାନ ବାବୁ ମନରେଗା କାମ ରେ ଅବହେଳା କରୁ ଥିବାର ଅଭିଯୋଗ ଆଣିଛନ୍ତି ଛେଣ୍ଡିପଦା ବ୍ଲକ ତୁକୁଡା ପଂଚାୟତ ଓଡ଼କପା ଗ୍ରାମ ବାସି ମାନେ l ରାଜ୍ୟ ସରକାର ସବୁବେଳେ କହି ଆସୁଛନ୍ତି ଦେଶ ର ସାଢେ ଚାରି କୋଟି ଜନତା ମୋର lସମସ୍ତେ ମୋ ପରିବାର lଗ୍ରାମାଞ୍ଚଳ ଗରିବ ଲୋକ ଙ୍କ ପାଇଁ (ଜବ କାର୍ଡ,)ତିଆରି କରିଛନ୍ତି l ସେମାନେ ଗ୍ରାମ କୁ ଆସୁଥିବା କାର୍ଯ୍ୟ କୁ ନିଜେ କରିବେ ବୋଲି l କିନ୍ତୁ ଏଠି ବ୍ଲକ ର ସରକାରୀ ବାବୁ ମାନଙ୍କୁ ଧରି ମେସିନ ମାଧ୍ୟମ ରେ କାମ କରୁଛନ୍ତି କିମ୍ବା ବାହାରୁ ଶ୍ରକିକ ଆଣି କାମ କରୁଛନ୍ତି l କିନ୍ତୁ ଜବକlର୍ଡ଼ ଧାରୀ ମାନେ ପେଟ ରେ ଓଦାକନା ଦେଇ ଘରେ ଚୁପ ହୋଇ ବସି ଛନ୍ତି l ଛେଣ୍ଡିପଦା ବ୍ଲକ ର ସରକାରୀ ବାବୁ ମାନେ ବିଧାୟକ ଙ୍କ ଚାପ ରେ ଭୟଭିତ l ଏ ଗରିବ ଲୋକ ମାନେ ଯେତେ ଅଭିଯୋଗ କଲେ ସୁଦ୍ଧା ବି.ଡ଼ି.ଓ ମହାଶୟ ଜମାରୁ ଶୁଣୁ ନାହାନ୍ତି l ଏଠି ପ୍ରଶ୍ନ ଉଠୁଛି ଏହା କଣ ରାଜ୍ୟ ସରକାର ଙ୍କ (ମୋ ସରକାର ) 5 ମାସ

ହେଲାଣି କାମ ସରିବାକୁ ବସିଲାଣି l ହେଲେ ରାସ୍ତା ସଂପୂଣ୍ଣ ହୋଇ ପାରୁନି l ଆମ୍ବୁଲାନ୍ସ ଆସିବାକୁ ଭୟ କରୁଛନ୍ତି l କାହିଁକି ଏପରି ବାରମ୍ବାର ଭୁଲ ପରେ ଭୁଲ କରୁଛନ୍ତି କ୍ରଣ୍ଟାକ୍ଟର ବାବୁ l କଣ ବିଧାୟକ ଙ୍କ ପାଖ ଲୋକ ବୋଲି l ନାଁ ପାୱାରଫୁଲ ଗ୍ରାମ ର କୁଜି ନେତା ବୋଲି l କାହିଁକି ଛେଣ୍ଡିପଦା ବିଧାୟକ ସବୁ ଜାଣି ଶୁଣି ଚୁପ ହୋଇ ବସି ରହୁ ଛନ୍ତି l ଏବେ ଆପଣ ମାନେ ବିଚାର କରନ୍ତୁ l ଗ୍ରାମ ବାସି ଙ୍କ ଅଭିଯୋଗ ଓ ଖୁଦ କ୍ରଣ୍ଟାକ୍ଟର ବାବୁ ଜଣଙ୍କ ରଖି ଥିବା ନିଜର ପ୍ରତିକ୍ରିୟା… କାହାର କେତେ ଠିକ ଆଉ କାହାର କେତେ ଭୁଲ ବିଚାର ସରକାର ଙ୍କର l ସରକାରୀ ବାବୁ ମାନଙ୍କର l ସ୍ଥାନୀୟ ବିଧାୟକ ଙ୍କର l କାରଣ ଆପଣ ଙ୍କୁ ଏଇ ଗରିବ ଲୋକ ମାନେ ଆପଣ ଙ୍କ ଉପରେ ଭରସା କରି ଦୁଇ ଦୁଇ ଥର ଛେଣ୍ଡିପଦା ରେ ବିଧାୟକ କରିଛନ୍ତି l ଲୋକ ଙ୍କ ସୁଖ ଦୁଃଖ ରେ ସାମିଲ ହେବା କୁ l ନିଜ ଦଳର କର୍ମୀ ମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା l ଗୁହାଳ ଯୋଜନା l ସ୍ୱଚ୍ଛ ଭାରତ ମିଶନ ରେ ଘୋଟଲା ରେ ଦୃନୀତି କରୁଛନ୍ତି ଖୁଦ ଆପଣ ଙ୍କ ନାଁ ନେଇ ଏପରି କାମ କରୁଛନ୍ତି ପ୍ରତେକ ପଂଚାୟତ ରେ ହେଲେ ଆପଣ ସଂପୂଣ୍ଣ ଚୁପ କାହିଁକି l




