୬ ବ୍ରିଟେନ୍ ଫେରନ୍ତା ଭାରିଆଣ୍ଟ ଜିନୋମ ପଜିଟିଭ ଚିହ୍ନଟ

ଜେ ବି ଏନ, ୨୯/୧୨/୨୦୨୦, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ଭାରତକୁ ବ୍ରିଟେନ ରୁ ଫେରିଥିବା ୬ ଜଣ ବ୍ୟକ୍ତି ନୂତନ ୟୁକେ ଭାରିଆଣ୍ଟ ଜିନୋମ(ନୂତନ COVID19) ପାଇଁ ପଜିଟିଭ ଚିହ୍ନଟ ହୋଇଛନ୍ତି l ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ସେଠାରେ ସେମାନେ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 3 ଜଣ ନିମହାନ୍ସ, ବେଙ୍ଗାଲୁରୁ, CCMB ରେ ହାଇଦ୍ରାବାଦ ଏବଂ NIV, ପୁଣେରେ ଅଛନ୍ତି। ସମସ୍ତ ବ୍ୟକ୍ତିଙ୍କୁ ସମ୍ପୃକ୍ତ ରାଜ୍ୟରେ ଆଇସୋଲେସନରେ ରଖାଯାଇଛି |



