” ସାଇତା ରାତି ର ସ୍ମୃତି
_________________”
“ଓଦା ଓଦା ଆଖି,
ଭିଜା ଭିଜା ସ୍ମୃତି
ନିରବ ମନ ରେ ଆଙ୍କୁ ଥାଏ ବସି
ତୁମ ଭାବନା ରେ ବିତିଯାଇଥିବା କିଛି ରାତି ”
“ମନ ମୋର ହାଏ ଭୁଲି ପାରେ ନାହିଁ
ପହିଲି ପିରତି ତିଥି,
ଭାବି ଭାବି ଅତିତ କୁ
କଟିଚି ଦିନ ଆଉ କେତେ ରାତି “।
“ପାଦ ଦୁଇ ପଡେ ଅଚିହ୍ନା ପଥରେ,
ସଞ୍ଜ ଆସୁଥାଏ ନଇଁ
ଜାଣେନା ପ୍ରିୟା ମୋ କି ସପନ ଦେବ,
ଆସୁଥିବା ରାତି ପାଇଁ ”
ସ୍ମୃତି ଯେତେ ତୋର ପ୍ରତାରଣା ଦେଲା
ତୋର ବଧୂ ବେଶ ପରେ,
ଆୟୁ ସରିଗଲା ଝୁରିବାରେ ମୋର
ମଧୁଶାଳା ଅସରାରେ ।
“ଗୋଧୂଳି ଆଜି ଫିକା ଫିକା ଲାଗେ
ତୁମେ ଚାଲିଗଲା ପରେ,
ତୁମ ସ୍ମୃତି ଆଜି ନିଶାସକ୍ତ କରେ
ମତୁଆଲା ଫଗୁଣ ରେ ”
“ଯେଉଁ ଚିଠି ତୁମେ କେବେ ବି ଲେଖିନ
ପଢୁଥାଏ ରାତି ରାତି,
ମୋ ମନ ଆଜି ଅମାବାସ୍ୟା ଅନ୍ଧକାରେ
ହେଲେ ତୁମର ପୁନେଇ ରାତି ।”
“ଓଦା ଓଦା ଆଖି,
ଭିଜା ଭିଜା ସ୍ମୃତି
ନିରବ ମନ ରେ ଆଙ୍କୁ ଥାଏ ବସି
ତୁମ ଭାବନା ରେ ବିତିଥିବା କିଛି ରାତି ।।

(ସୌମ୍ୟରଂଜନ ଶତପଥୀ)



