ଜିରୋ ନାଇଟ୍ ନବ ବର୍ଷ ପାଳନ ଉପରେ କଟକଣା ଜାରି କଲା ଜିଲ୍ଲା ପ୍ରଶାସନ

ଜେ ବି ଏନ, ୩୧/୧୨/୨୦୨୦, (ରିପୋର୍ଟ, ସୁଶୀଲ କୁମାର), ଅନୁଗୋଳ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖ୍ ୨୦୨୧ ନୂଆ ବର୍ଷ ପାଳନ ଉପରେ ବିଭିନ୍ନ ସ୍ଥାନରେ ଜନସମାଗମ ନ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି ନିର୍ଦ୍ଦେଶନାମାର ଅନୁପାଳନ ନିମନ୍ତେ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନ୍ ବଳରେ ଆଜି ରାତ୍ର ୧୦ ଘଟିକାରୁ ଆସନ୍ତା କାଲି ସକାଳ ୫ ଘଟିକା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରିଛନ୍ତି । ଏହାଛଡା ଆସନ୍ତାକାଲି ରାତିରେ ନବ ବର୍ଷର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ମଧ୍ୟ କଟକଣା ଜାରି କରିଛନ୍ତି । ଏହି ସମୟ ମଧ୍ୟରେ ସମସ୍ତ ପ୍ରକାର ଅଣଅତ୍ୟାବଶ୍ୟକ କ୍ରିୟାକଳାପ ବନ୍ଦ ରଖିବା ସହ ଜନସାଧାରଣଙ୍କ ଚଳପ୍ରଚଳ ଉପରେ କଟକଣା ଜାରି ହୋଇଅଛି । ଏହାଛଡା ଏହି ସମୟ ମଧ୍ୟରେ କନସମାଗମ ସ୍ଥାନ ସମେତ ହୋଟେଲ , ରେଷ୍ଟୁରାଣ୍ଟ , କ୍ଲବ୍ , ପାର୍କ , କନଭେନସନ୍ ହଲ , କଲ୍ୟାଣମଣ୍ଡପ ଇତ୍ୟାଦିରେ ଜିରୋ ନାଇଟ୍ ଓ ନବବର୍ଷ ଅଭିବାଦନ ଭଳି ଉତ୍ସବକୁ ଜିଲ୍ଲାରେ ପାଳନ ନିମନ୍ତେ କଡା କଡି ଭାବେ କଟକଣା ଜାରି କରାଯାଇଛି । ଏହି ନିୟମକୁ ଉଜଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ କଣାଇ ଦିଆଯାଇଛି ।



