ଆଜି ଅନୁଗୋଳ ଜିଲ୍ଲାରୁ ୨୪ ଜଣ କରୋନା ପଜିଟିଭ ଚିହ୍ନଟ – ପଜିଟିଭ ସଂଖ୍ୟା ୧୧୮୭୨ରେ ପହଞ୍ଚିଲା – ସୁସ୍ଥ ହେଲେ ୨୮ ଜଣ

ଜେ ବି ଏନ, ୩୧/୧୨ /୨୦୨୦, (ରିପୋର୍ଟ, ସୁଶୀଲ କୁମାର), ଅନୁଗୋଳ : ଆଜି ଅନୁଗୋଳ ଜିଲ୍ଲାରେ ୨୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି। ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ଆଜି ( ସ୍ଵାବ ନମୁନା ଦେଇଥିବା ବ୍ୟକ୍ତି ) କେହି ଆକ୍ରାନ୍ତ ଚିହ୍ନଟ ହୋଇ ନଥିବାରୁ ଆକ୍ରାନ୍ତ ଙ୍କ ସଂଖ୍ୟା ୨୧୨ ରେ ରହିଛି । ଅନୁଗୋଳ ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଂକ ମଧ୍ୟରେ ବଅଁରପାଳ ବ୍ଳକ୍ ଅଂଚଳରୁ ୭ଜଣ ( ୬ଜଣ ପୁରୁଷ ଓ ୧ଜଣ ମହିଳା ) , କଣିହାଁ ବ୍ଳକ୍ ଅଂଚଳରୁ ୫ଜଣ ( ୪ଜଣ ପୁରୁଷ ଓ ୧ଜଣ ମହିଳା ) , ଛେଣ୍ଡିପଦା ବ୍ଳକ୍ ଅଂଚଳରୁ ୫ଜଣ ( ୨ଜଣ ପୁରୁଷ ଓ ୩ଜଣ ମହିଳା ) , ତାଳଚେର ବ୍ଲକ୍ ଅଂଚଳରୁ ୪ଜଣ ( ୩ ଜଣ ପୁରୁଷ ଓ୧ ଜଣ ମହିଳା ) , ଆଠମଲ୍ଲିକ ବ୍ଲକ୍ ଅଂଚଳରୁ ୧ଜଣ ( ୧ ଜଣ ମହିଳା ) , ଅନୁଗୋଳ ପୌରାଞ୍ଚଳରୁ ୧ଜଣ ( ୧ ଜଣ ପୁରୁଷ ) ଓ ଅନୁଗୋଳ ବ୍ଳକ୍ ଅଂଚଳରୁ ୧ଜଣ ( ୧ଜଣ ପୁରୁଷ ) ଅଛନ୍ତି । ସମସ୍ତେ ଅନ୍ୟ ଆକ୍ରାନ୍ତ ଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି । ଆଜି ତାଳଚେର ପୌରାଞ୍ଚଳ , ପାଳଲହଡା ବ୍ଳକ , କିଶୋରନଗର ବ୍ଲକ ଓ ଆଠମଲ୍ଲିକ ବିଜ୍ଞାପିତ ଅଂଚଳ ପରିଷଦରୁ , କୌଣସି ପଜିଟିଭ ଚିହ୍ନଟ ହୋଇନାହାନ୍ତି । ଚିହ୍ନଟ ହୋଇଥିବା ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତମାନଂକୁ କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ଵଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତ ମାନଂକୁ ନିଜ ଘରେ Isolation ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି । ଆଜି ଅନୁଗୋଳ ଜିଲ୍ଲାରୁ ସୁସ୍ଥ ହୋଇଥିବା ୨୮ଜଣ ଯାକ ହୋମ Isolation ରେ ଥିବାର ଜଣାପଡିଛି ।



