ଚାରି ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଏମକେସିଜି ମେଡିକାଲର ନର୍ସ ଅଫିସର୍

ଜେ ବି ଏନ, ୦୪/୦୧/୨୦୨୧, (ରିପୋର୍ଟ, ରୂପକ ମହାନ୍ତି), ବ୍ରହ୍ମପୁର : ଚାରି ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଏମକେସିଜି ମେଡିକାଲର ନର୍ସ ଅଫିସର୍ । ସୂଚନା ରୁ ପ୍ରକାଶ ଥାଉ କି ଗତ

୯ମାସ ଧରି ନର୍ସ ଅଫିସର୍ ମାନେ ସରକାର ଙ୍କୁ ବିଭିନ୍ନ ଦାବି ଜଣାଇ ଥିଲେ ମଧ୍ୟ ଏ ଯାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ । ତେଣୁ ଗତ ୨୭ଠାରୁ ଓଡିଶା ନର୍ସ କର୍ମଚାରୀ ସଂର୍ଘ ଡାକରାରେ ନର୍ସଅଫିସର୍ ମାନେ କଳା ବ୍ୟାଜ ପରିଧାନ କରି କାର୍ଯ୍ୟ କରୁଥିବା ବେଳେ ଆଜି ଏମ କେ ସିଜି ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି । ନର୍ସଙ୍କୁ ଗୁପ ବି ମାନ୍ୟତା ସହ ପ୍ରତିମାସ ମୂଳ ଦରମା ୯୩୦୦ ସହ ୪୨୦୦ ଗ୍ରେଡ୍ – ପେ ପ୍ରଦାନ ପାଇଁ ଦାବି କରାଯାଇଛି । ଆସନ୍ତା କାଲି କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ନର୍ସ ସଙ୍ଘ ର ଯୁଗ୍ମ ସମ୍ପାଦିକା ସୁପ୍ରଭା ବେହୁରା ଏବଂ ଦାବି ଯଦି ପୁରାଣ ନ ହୁଏ ତେବେ ଆଗାମୀ ଦିନରେ ଓଡ଼ିଶା ନସିଂ କର୍ମଚାରୀ ସଂଘ ନିର୍ଦ୍ଦେଶରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ ।




