
କରୋନା ଆଇନ୍ ପାଳନ ଅନୁଯାୟୀ ଖୋଲିଲା ଶ୍ରୀ ସିଦ୍ଧି ବଳରାମଜୀଉ ମନ୍ଦିର
(ଜେ ବି ଏନ /ସୁଶାନ୍ତ କୁମାର) ୦୪/୦୧/୨୦୨୧ ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଶ୍ରୀ ସିଦ୍ଧି ବଳରାମ ଜୀଉ ଙ୍କ ମନ୍ଦିର ରେ ଆଜି ଭକ୍ତ ଦର୍ଶନ କରିବା ଖୋଲି ଯାଇଅଛି। କରୋନା କଟକଣା ଭକ୍ତ ଓ ମହାପ୍ରଭୁ ଙ୍କ ମଧ୍ୟରେ ବାଡ ସାଜି ହୋଇ ରହିଥିଲା। ଆଜି ଜିଲ୍ଲାପ୍ରଶାସନ କଟକଣାକୁ ହଟାଇ ବରୁ ମନ୍ଦିର ପ୍ରାଙ୍ଗଣରେ ଆଜି ଭକ୍ତ ପହଞ୍ଚିଛନ୍ତି ।କିନ୍ତୁ ଭକ୍ତ ଦର୍ଶନ କରିବାକୁ ହେଲେ ନିଜର ସମସ୍ତ କରୋନା ଆଇନ୍ ପାଳନ କରିବାକୁ ପଡିବ।




