ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିର ନୀର୍ମାଣ ନିମନ୍ତେ ଅନୁଗୋଳ ନଗର ସମସ୍ତ ରାମ ଭକ୍ତ ଙ୍କ ଅର୍ଥ ଅନୁଦାନ ଓ ସହଯୋଗ ପାଇଁ ପ୍ରସ୍ତୁତି ବୈଠକ

ଜେ ବି ଏନ, ୪/୦୧ /୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଆଜି ତା 4 .1.2021 ରିଖ ଦିବା 10 ଘଟିକା ରେ ଅନୁଗୋଳ ଶିଶୁମନ୍ଦିର ପ୍ରାଙ୍ଗଣରେ ଶ୍ରୀରାମ ଜନ୍ମ ଭୂମି ତୀର୍ଥକ୍ଷେତ୍ର ନ୍ୟାସ କମିଟି ର ପ୍ରାନ୍ତ ଅଭିଯାନ ପ୍ରମୁଖ ଶ୍ରୀଯୁକ୍ତ ମହେଶ ସାହୁ ଓ ସହଯୋଗୀ ହରିଶ ପ୍ରଧାନ,ବିଜୟ ମୋଦି, ଶ୍ରୀଗୋପଲ ମୁନ୍ଦ୍ରା ,କିଶୋର ପଣ୍ଡା , ମନୋଜ ଦେହୁରୀ , ଚିନ୍ମୟ ରଥ ଙ୍କ ଉପସ୍ଥିତି ରେ ବିଭିଦ କ୍ଷେତ୍ର ର ଏକ ବୈଠକ ଆୟୋଜନ ହୋଇଥିଲା ,ଦୀର୍ଘ 500 ବର୍ଷ ର ସଂଘର୍ଷ ଓ 70 ବର୍ଷ ରୁ ଉର୍ଦ୍ଧ୍ବ ଦେଶ ସ୍ଵାଧୀନ ପରଠାରୁ ନ୍ୟାୟିକ ସଂଘର୍ଷ ପରେ କେବଳ ରାମ ଭକ୍ତ ଙ୍କ ଅର୍ଥ ରେ ହେବାପାଇଁ ଯାଉଥିବା ମନ୍ଦିର ନିର୍ମାଣ ଓ ପ୍ରତିଷ୍ଠା ପାଇଁ ଅନୁଗୋଳ ନଗରର ପ୍ରତି ୱାର୍ଡ ର କମିଟି ଗଠନ କରାଯାଇ ଥିଲା ।ସମସ୍ତ ରାମ ଭକ୍ତ ଙ୍କ ପାଖକୁ ଯାଇ 10 ଟଙ୍କିଆ,100 ଟଙ୍କିଆ ଓ 1000 ଟଙ୍କିଆ କୂପନ ନେଇ ଅର୍ଥ ସଂଗ୍ରହ କରିବାପାଇଁ ଦାଇତ୍ୱ ଦିଆଯାଇଥିଲା ।




