
ଆଇନ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ବିଜେପିର ବିକ୍ଷୋଭ

ଜେ ବି ଏନ, ୦୫/୦୧/୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଢେଙ୍କାନାଳ : ଭାରତୀୟ ଜନତା ପାର୍ଟି ର ଜିଲ୍ଲା ସଭାପତି ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଙ୍କ ନେତୃତ୍ବରେ
ବି ଜେ ପି କାର୍ଯ୍ୟକର୍ତ୍ତା ଓ ବିଜେପି ଛାତ୍ର ନେତା ମାନେ ଆଜି ବିଜେପି ର ବରିଷ୍ଠ ନେତା କୁଳମଣି ବରାଳଙ୍କ ବିଜେଡ଼ି କର୍ମି ଙ୍କ ଦ୍ୱାରା ହତ୍ୟା ର ପ୍ରତିବାଦ ରେ ସଦର ଟାଉନ ଥାନା ସାମ୍ନା ରେ ବିକ୍ଷୋଭ, ନାରାବାଜୀ କରିବା ସହିତ ବିଜେଡି ଆଇନ ମନ୍ତ୍ରୀ ପ୍ରତାପ ଜେନା ଙ୍କ କୁଶପୁତ୍ତଳିକା ଦାହ କରାଇଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର , ରାମଚନ୍ଦ୍ର ପାତ୍ର ବିଜେପି ଯୁବମୋର୍ଚ୍ଚା ସଭାପତି(ନଗରମଣ୍ଡଳ) ସଙ୍କଳ୍ପ ଦାସ , ବିଶ୍ୱଜିତ୍ ପଣ୍ଡା, ନାଗାର୍ଜୁନ ପାତ୍ର , ସନ୍ତୋଷ ମିଶ୍ର,ଦେବୀ ପ୍ରସାଦ ବେହେରା,ବିଶ୍ୱଜିତ ବେହେରା, ବିଶାଳ ଦାସ, ଆସିଷ କୁମାର ଲେଙ୍କା, ସୁମିତ ବେହେରା, ଆୟୁଷ ନାୟକ,ସୁମେଶ କୁମାର ସାହୁ, ଶିବୁନୁ ପୃଷ୍ଟି, ଧନେଶ୍ୱର ନାୟକ, ଦୀପକ ନାୟକ, ନରେନ୍ଦ୍ର ନାୟକ, ମନୋଜ୍ ମହାପାତ୍ର, ବିସାଲ୍ ଦାସ୍, ନିଶାନ୍ତ ବେହେରା, ତନ୍ମୟ ବେହେରା, ନିହାର ରଞ୍ଜନ ଦାସ ପ୍ରଭୃତି ଯୋଗ ଦେଇଥିଲେ।



