ଦେଶର ବିଭିନ୍ନ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ 162ଟି ପିଏସଏ ମେଡ଼ିକାଲ ଅକ୍ସିଜେନ ପ୍ରସ୍ତୁତି ପ୍ଲାଣ୍ଟ ସଂଯୋଗ ପାଇଁ ପିଏମ କେୟାର୍ସ ପାଣ୍ଠି ଟ୍ରଷ୍ଟରୁ 201.58 କୋଟି ଟଙ୍କା ଆବଣ୍ଟନ

ଜେ ବି ଏନ, ୦୬/୦୧/୨୦୨୧, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ପିଏମ କେୟାର୍ସ (ପ୍ରାଇମ ମିନିଷ୍ଟର୍ସ ସିଟିଜେନ ଆସିଷ୍ଟାନ୍ସ ଆଣ୍ଡ ରିଲିଫ ଇନ ଏମର୍ଜେନ୍ସି ସିଚୁଏସନ) ପାଣ୍ଠିରୁ ଦେଶର ବିଭିନ୍ନ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅତିରିକ୍ତ 162ଟି ସମର୍ପିତ ପ୍ରେସର ସ୍ୱିଙ୍ଗ ଆବଜର୍ପସନ (ପିଏସଏ) ମେଡ଼ିକାଲ ଅକ୍ସିଜେନ ପ୍ରସ୍ତୁତି ପ୍ଲାଣ୍ଟ ସଂଯୋଗ ପ୍ରକଳ୍ପ ପାଇଁ 201.58 କୋଟି ଟଙ୍କା ଆବଣ୍ଟନ କରାଯାଇଛି ।
ମୋଟ ପ୍ରକଳ୍ପ ଖର୍ଚ୍ଚ ମଧ୍ୟରୁ ସାମଗ୍ରୀ ଯୋଗାଣ ଓ ପ୍ଲାଣ୍ଟ ଆରମ୍ଭ କରିବା ଏବଂ ସେଣ୍ଟ୍ରାଲ ମେଡ଼ିକାଲ ସପ୍ଲାଇ ଷ୍ଟୋର (ସିଏମଏସଏସ)ର ପରିଚାଳନା ଶୁଳ୍କ ଆକାରରେ 137.33 କୋଟି ଟଙ୍କା ଖର୍ଚ୍ଚ କରାଯିବ । ପାଖାପାଖି 64.25 କୋଟି ଟଙ୍କା ବିସ୍ତୃତ ବାର୍ଷିକ ରକ୍ଷଣାବେକ୍ଷଣ ଚୁକ୍ତି ବାବଦରେ କରାଯିବ ।
ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନ ଏକ ସ୍ୱାୟତ୍ତ ସଂସ୍ଥା ସେଣ୍ଟ୍ରାଲ ମେଡ଼ିକାଲ ସପ୍ଲାଇ ଷ୍ଟୋର (ସିଏମଏସଏସ) ଦ୍ୱାରା ସାମଗ୍ରୀ କ୍ରୟ କରାଯିବ ।
32ଟି ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶରେ ମୋଟ 154.19 ମିଲିୟନ ଟନ କ୍ଷମତା ବିଶିଷ୍ଟ 162ଟି ପ୍ଲାଣ୍ଟ ସଂଯୋଗ କରାଯିବ (ସଂଗ୍ଲନକ-I) ।
ସମ୍ପୃକ୍ତ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ସହିତ ପରାମର୍ଶ କରାଯାଇ ପ୍ଲାଣ୍ଟ ସଂଯୋଗ କରାଯିବାକୁ ଥିବା ସରକାରୀ ଡାକ୍ତରଖାନାଗୁଡ଼ିକୁ ଚୟନ କରାଯାଇଛି ।
ଏହି ପ୍ଲାଣ୍ଟଗୁଡ଼ିକର ୱାରେଣ୍ଟି ପ୍ରଥମ ତିନି ବର୍ଷ ପର୍ଯ୍ୟନ୍ତ ରହିବ । ପରବର୍ତ୍ତୀ 7 ବର୍ଷ ପାଇଁ ପ୍ରକଳ୍ପରେ ସିଏଏମସି (ବିସ୍ତୃତ ବାର୍ଷିକ ପରିଚାଳନା ଚୁକ୍ତି) ବ୍ୟବସ୍ଥା କରାଯାଇଛି ।
ନିୟମିତ ପରିଚାଳନା ଏବଂ ରକ୍ଷଣାବେକ୍ଷଣ ଡାକ୍ତରଖାନା/ରାଜ୍ୟଗୁଡ଼ିକ ଦ୍ୱାରା କରାଯିବ। ସିଏଏମସି ଅବଧି ଶେଷ ହେବା ପରେ ସମ୍ପୂର୍ଣ୍ଣ ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ଡାକ୍ତରଖାନା/ରାଜ୍ୟଗୁଡ଼ିକ ବହନ କରିବେ ।
ଏହି ବ୍ୟବସ୍ଥା ଦ୍ୱାରା ଜନସ୍ୱାସ୍ଥ୍ୟ ବ୍ୟବସ୍ଥା ଆହୁରି ସୁଦୃଢ଼ ହୋଇପାରିବ । ଏହାଛଡ଼ା ସୁଲଭ ମୂଲ୍ୟରେ ବ୍ୟବସ୍ଥିତ ଡାକ୍ତରୀ ଅକ୍ସିଜେନ ଉପଲବ୍ଧତା ବୃଦ୍ଧି କରାଯାଇପାରିବ । ସାଧାରଣ ଏବଂ ଗୁରୁତର କୋଭିଡ-19 ମାମଲାରେ ନିରନ୍ତର ଅମ୍ଳଜାନ ଯୋଗାଣ ଅତ୍ୟନ୍ତ ଜରୁରି । ଏହାଛଡ଼ା ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟାରେ ମଧ୍ୟ ଅକ୍ସିଜେନ ଉପଯୋଗର ଆବଶ୍ୟକତା ପଡ଼ିଥାଏ। ସରକାରୀ ଡାକ୍ତରଖାନାରେ ନିର୍ଦ୍ଦିଷ୍ଟ ପିଏସଏ ଅକ୍ସିଜେନ ଉତ୍ପାଦନ ପ୍ଲାଣ୍ଟ ସଂଯୋଗ କରାଯିବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହାଦ୍ୱାରା ସେଗୁଡ଼ିକର ନିଜସ୍ୱ ଅକ୍ସିଜେନ ସୃଷ୍ଟି କ୍ଷମତା ବୃଦ୍ଧି ପାଇବ ଏବଂ ସେମାନେ ଆବଶ୍ୟକତା ସ୍ଥଳରେ ଏହାକୁ ସଂରକ୍ଷିତ କରିବା ଏବଂ ଯୋଗାଣ କରିବାର ଏକ ବ୍ୟବସ୍ଥା ପାଇପାରିବେ । ଏହା ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକର ମୋଟ ଅକ୍ସିଜେନ ଉପଲବ୍ଧତା ପୁଲକୁ ବଢ଼ାଇବ ସହିତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ରୋଗୀମାନଙ୍କୁ ଠିକ ସମୟରେ ଅକ୍ସିଜେନ ଯୋଗାଣରେ ସହାୟକ ହୋଇପାରିବ ।
ସଂଲଗ୍ନକ- I
ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ୱାରୀ ପିଏସଏ ଅକ୍ସିଜେନ କନସନଟ୍ରେଟର ପ୍ଲାଣ୍ଟଗୁଡ଼ିକର ବିତରଣ।
କ୍ରଂ
ସଂ.
ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକର ନାମ
ପିଏସଏ ଅକ୍ସିଜେନ କନସନଟ୍ରେଟର ପ୍ଲାଣ୍ଟ ସଂଖ୍ୟା
1.
ଆସାମ
6
2.
ମିଜୋରାମ
1
3.
ମେଘାଳୟ
3
4.
ମଣିପୁର
3
5.
ନାଗାଲାଣ୍ଡ
3
6.
ସିକିମ
1
7.
ତ୍ରିପୁରା
2
8.
ଉତ୍ତରାଖଣ୍ଡ
7
9.
ହିମାଚଳପ୍ରଦେଶ
7
10.
ଲାକ୍ଷାଦୀପ
2
11.
ଚଣ୍ଡିଗଡ଼
3
12.
ପୁଡୁଚେରୀ
6
13.
ଦିଲ୍ଲୀ
8
14.
ଲଦାଖ
3
15.
ଜମ୍ମୁ ଓ କଶ୍ମୀର
6
16.
ବିହାର
5
17.
ଛତିଶଗଡ଼
4
18.
ମଧ୍ୟପ୍ରଦେଶ
8
19.
ମହାରାଷ୍ଟ୍ର
10
20.
ଓଡ଼ିଶା
7
21.
ଉତ୍ତର ପ୍ରଦେଶ
14
22.
ପଶ୍ଚିମବଙ୍ଗ
5
23.
ଆନ୍ଧ୍ରପ୍ରଦେଶ
5
24.
ହରିୟାଣା
6
25.
ଗୋଆ
2
26.
ପଞ୍ଜାବ
3
27.
ରାଜସ୍ଥାନ
4
28.
ଝାଡ଼ଖଣ୍ଡ
4
29.
ଗୁଜରାଟ
8
30.
ତେଲଙ୍ଗାନା
5
31.
କେରଳ
5
32.
କର୍ଣ୍ଣାଟକ
6
ମୋଟ
162



