
ମାହାଙ୍ଗା ଡବଲ୍ ହତ୍ୟା ର ୫ ଅଭିଯୁକ୍ତ ଗିରଫ
(ଜେ ବି ଏନ) ୦୬/୦୧/୨୦୨୧ କଟକ :ମାହାଙ୍ଗା ବ୍ଲକ୍ର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେପି ନେତା କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ୍ କରିଛି କଟକ ଗ୍ରାମାଞ୍ଚଳ ପୁଲିସ୍ । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠୀ ସମେତ ମୋଟ ୪ଜଣ ଅଭିଯୁକ୍ତଙ୍କୁ ପୁଲିସ ଆଜି ଗିରଫ କରିଛି । ଅନ୍ୟ ୩ ଅଭିଯୁକ୍ତ ହେଲେ କୈଳାସ ଚନ୍ଦ୍ର ଖଟୁଆଙ୍କ ପୁଅ ଅରବିନ୍ଦ ଖଟୁଆ , ନୃସିଂହ ଚରଣ ଜେନାଙ୍କ ପୁଅ କ୍ଷୀତିଶ ଆଚାର୍ଯ୍ୟ , ମଧୁ ବରାଳଙ୍କ ପୁଅ ଲଳିତ ମୋହନ ବରାଳ । ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ଘଟିଥିବା କାରଣ ବୋଲି ପୁଲିସ୍ କହିଛି । ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ପୁଲିସ୍ ସେମାନଙ୍କୁ ନେଇ ହତ୍ୟା ର ଡେମୋ କରାଇଥିବା ସୂଚନା । କୁଳମଣି ଓ ଦିବ୍ୟସିଂହଙ୍କୁ କେମିତି ସେମାନେ ହତ୍ୟା କଲେ , ହତ୍ୟା କରିବା ପରେ ବ୍ୟବହୃତ ମାରଣାସ୍ତ୍ରକୁ କେଉଁଠି ରଖୁଥିଲେ ଭଳି ବିଭିନ୍ନ ଘଟଣାକୁ ବିସ୍ତୃତ ଭାବେ ପୁଲିସ୍କୁ କହିଛନ୍ତି ଅଭିଯୁକ୍ତମାନେ । ପରେ ହତ୍ୟାକାଣ୍ଡରେ ବ୍ୟବହାର କରାଯାଇଥିବା ଖଣ୍ଡା ଓ ଠେଙ୍ଗାକୁ ନୂଆ ପୋଲ ନିକଟସ୍ଥ ସୁକୁନଈ ବନ୍ଧ ପାର୍ଶ୍ଵରୁ ଜବତ କରାଯାଇଛି ।



