ଛାତ୍ର ଙ୍କ ଠାରୁ ଠାରୁ ମାଡ ମାରି ମୋବାଇଲ ଲୁଟିଲେ ଦୁବୃର୍ତ୍ତ, ସିସିଟିଭିରେ କଏଦ ହେଲା ଦୃଶ୍ୟ

ଜେ ବି ଏନ, ବ୍ରହ୍ମପୁର, (ଟୁକୁନା ପ୍ରଧାନ, ୦୭.୦୧.୨୦୨୧) -: ଗଂଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ବାଣିଆବାଡି ଛକରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଆଦର୍ଶ ବିଦ୍ୟାଳୟର ଛାତ୍ରଙ୍କ ଠାରୁ ୩ ଜଣ ଦୁର୍ବୃତ୍ତ ମାଡ ମାରିବା ସହ ଧମକ ଦେଇ ମୋବାଇଲ ଫୋନ ଛଡାଇ ନେଇଯାଇଥିବା ଅଭିଯୋଗ ହୋଇଛି। ଦୁବୃର୍ତ୍ତଙ୍କ ଶିକାର ହୋଇଥିବା ଛାତ୍ରଙ୍କ ନାମ ନିଗମ ଜେନା ଏବଂ ତାଙ୍କର ଘର ବି. ନୂଆଁଗାଁ ବୋଲି ଜଣାପଡିଛି। ସୂଚନା ଅନୁସାରେ ନିଗମ ନିଜ ସାଂଗ ଘରକୁ ଅନଲାଇନ୍ କ୍ଲାସ୍ ପାଇଁ ପ୍ରୋଜେକ୍ଟ କାର୍ଯ୍ୟ କରିବାକୁ ସାଇକେଲ ଯୋଗେ ଯାଉଥିବା ବେଳେ ବାଣିଆବାଡି ଛକ ନିକଟରେ ହଠାତ୍ ଗୋଟିଏ ମୋଟର ସାଇକେଲ ରେ ୩ ଜଣ ବ୍ଯକ୍ତି ଆସି ନିଗମକଂ ପାଖରେ ପହଞ୍ଚିଥିଲେ। ଜଣେ ବ୍ଯକ୍ତି ହଠାତ୍ ନିଗମ କୁଂ ସାଇକେଲରୁ ଟାଣି ତଳେ ପକାଇ ସାର୍ଟ ଟଣାଓଟରା କରି ମାଡ ମାରିବା ସହ ପ୍ଯାଣ୍ଟ ପକେଟ୍ ରୁ ସ୍ମାର୍ଟ ଫୋନ୍ କୁ ଛଡାଇ ନେଇ ତୁରନ୍ତ ଘଟଣା ସ୍ଥଳରୁ ଚମ୍ପଟ୍ ମାରିଥିଲେ। ଘଟଣା ପରେ ଜଣେ ସ୍ଥାନୀୟ ବ୍ଯକ୍ତି ବାଇକ୍ ଯୋଗେ ସେମାନଙ୍କୁ ପିଛା କରିଥିଲେ ମଧ୍ୟ ସେମାନଙ୍କୁ ଚିହ୍ନଟ କରିବା ସମ୍ଭବ ହୋଇପାରି ନ ଥିଲା। ଘଟଣା ସ୍ଥଳରେ ଥିବା ହୋଟେଲ ବାବୁ ରେ ସିସିଟିଭି ଲାଗିଥିବା ବେଳେ ଦୁବୃର୍ତ୍ତକଂ ଏହି କାରନାମା ସିସିଟିଭି ରେ କଏଦ୍ ହୋଇଛି। ତେବେ ଏହି ୩ ଦୁବୃର୍ତ୍ତକୁଂ ସ୍ଥାନୀୟ ଲୋକେ ଚିହ୍ନଟ କରି ପାରୁ ନାହାନ୍ତି। ଏନେଇ ଛାତ୍ର ନିଗମ ବେଗୁନିଆପଡ଼ା ଫାଣ୍ଡିରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି ଏବଂ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଖଲ୍ଲିକୋଟ ପରେ ଏବେ ବେଗୁନିଆପଡ଼ା ଅଞ୍ଚଳରେ ଏଭଳି ଲୁଟ୍ ଘଟଣା ଲୋକମାନଙ୍କୁ ଭୟଭୀତ କରାଇଛି ।



