ଜମିରେ ଥିବା ବୋର ସହ ଟ୍ରାନ୍ସଫର୍ମର ଓ ପାଇପରେ ଦୁର୍ବୁତ୍ତ ନିଆଁ ଲଗାଇ ପୋଡ଼ିଦେଲେ ।

ଜେ ବି ଏନ, ବ୍ରହ୍ମପୁର, (ଟୁକୁନା ପ୍ରଧାନ, ୦୭/୦୧/୨୦୨୧)- : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ସୁମଣ୍ଡଳ ପଂଚାୟତର କାଳୀମନ୍ଦିର ପଛପାଖରେ ମା ବାଗଦେବୀ ଙ୍କ ନିକଟରେ ଥିବା ରଙ୍କ ଗୌଡ଼ଙ୍କ ବିଲ ଭିତରେ ଥିବା ଏକ ବୋରୱଲ ସହ ବିଦ୍ୟୁତ ଟ୍ରାନ୍ସଫର୍ମର କୁ ଦୁର୍ବୁତ୍ତ ମାନେ ନିଆଁ ଲଗାଇ ପୋଡ଼ିଦେବା ସହ ପାଣି ପାଇପକୁ କାଟି ଦେଇଛନ୍ତି। ଏହା ଜାଣିବା ପରେ ରଙ୍କ ବେଗୁନିଆପଡା ଫାଣ୍ଡିରେ ଏକ ଏତଲା ଦେଇଛନ୍ତି । ଚାଷୀଙ୍କ ପାଇଁ ଏହି ପ୍ରକଳ୍ପ ଚାଲିଥିବା ବେଳେ ଏହି ଘଟଣା କିଏ ଘଟାଇଛି ଓ କାହିଁକି ଘଟାଇଛି ତାହା ଉପରେ ତଦନ୍ତ ପାଇଁ ଦାବୀ ହୋଇଥିବା ବେଳେ ଏହି ପ୍ରକଳ୍ପକୁତୁରନ୍ତ ମରାମତି କରାଇବା ପାଇଁ ସେ ଅନୁରୋଧ କରିଛନ୍ତି।



