
ବରପାଲି ଜଗନ୍ନାଥ ନଗର ବସ୍ତି ବାସିନ୍ଦାଙ୍କୁ ଥଇଥାନ ନକଲେ ଆନ୍ଦୋଳନ ହେବ ଜୋରଦାର: ଆମ୍ ଆଦମୀ ପାର୍ଟି
(ଜେ. ବି. ଏନ୍ /ବିନୋଦ କୁମାର) ୦୮/୦୧ /୨୦୨୧
ବରପାଲି ଏନଏସି ଅଧୀନରେ ଥିବା ୱାର୍ଡ ନଂ ୩ ଜଗନ୍ନାଥ ନଗର ବସ୍ତି ବାସିନ୍ଦାଙ୍କ ଘରକୁ ଜବର ଦଖଲ ନାମ ରେ ଉଚ୍ଛେଦ କରିବାକୁ ଆମ୍ ଆଦମୀ ପାର୍ଟି ନିନ୍ଦା କରିଛି । ରାଜ୍ୟ ସରକାରଙ୍କ ‘ଜାଗା ମିଶନ’ ଯୋଜନାରେ ସମସ୍ତଙ୍କୁ ପ୍ରମାଣ ପତ୍ର ମିଳିଥିବା ବେଳେ ଥଇଥାନ ନକରି କିପରି ଉଛେଦ କରାଗଲା ବୋଲି ଜିଲ୍ଲା ଆବାହକ ଭବାନୀ ସାହୁ ଅଭିଯୋଗ କରିଛନ୍ତି। ଭୂମିହୀନଙ୍କ ଉପରେ ଅତ୍ୟାଚାର ହେଲା ବେଲେ ବିଜେଡି ଓ ବିଜେପି ମୁକସାକ୍ଷୀ ସାଜିଥିବା କହିଛନ୍ତି ଶ୍ରୀ ସାହୁ। ବେଆଇନ ଭାବେ ଘର ଭାଙ୍ଗି ଥିବାରୁ ଶିଶୁ ଓ ମହିଳା ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି, ଏହାକୁ ନେଇ ମାନବ ଅଧିକାର ଉଲଂଘନ ହୋଇଥିବା କହିଛନ୍ତି ଆପ୍ ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର । ପ୍ରଶାସନ ତୁରନ୍ତ ପଦକ୍ଷେପ ଜମି ପଟ୍ଟା, ପକ୍କା ଘର ପ୍ରଦାନ କରୁ ନହେଲେ ଆନ୍ଦୋଳନ ଜୋରଦାର ହେବ ବୋଲି କହିଛନ୍ତି।



