କୋଭିଡ କଟକଣା କୋହଳ ସମ୍ପର୍କରେ ଆଜି ବୈଠକ

ଜେ. ବି. ଏନ୍ (୧୦/୦୧ /୨୦୨୧)
ପୁରୀ : ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ପାଇଁ କୋଭିଡ କଟକଣା କୋହଳ କରାଯିବା ସମ୍ପର୍କରେ ବିଚାର କରୁଛି ମନ୍ଦିର ପ୍ରଶାସନ। କୋଭିଡ ନେଗେଟିଭ ରିପୋର୍ଟ ଦେଖାଇବା ବଳବତ୍ତର ରହିବ ନା ପ୍ରତ୍ୟାହାର କରାଯିବ ସେ ସମ୍ପର୍କରେ ଆଲୋଚନା ପାଇଁ ରବିବାର ଏକ ବୈଠକ ଡକାଯାଇଛି। ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ସେଥିରେ ଅଧ୍ୟକ୍ଷତା କରିବେ। ଜିଲାପାଳ ସମର୍ଥ ବର୍ମା ଏବଂ ଏସ୍ପି କନୱର ବିଶାଲ ସିଂହଙ୍କ ସମେତ କେତେକ ପରିଚାଳନା କମିଟି ସଭ୍ୟ ବୈଠକରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଜିଲା ପ୍ରଶାସନ ଏବଂ ପୁଲିସ ବିଭାଗ ଅଧିକାରୀଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାନଯିବା ପାଇଁ ଭକ୍ତଙ୍କ ପକ୍ଷରୁ ଦାବି ହୋଇଆସୁଛି। ତେଣୁ କୋଭିଡ କଟକଣା କୋହଳ କରାଯିବା ଯଥେଷ୍ଟ ସମ୍ଭାବନା ରହିଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପୁରୀରେ ପର୍ଯ୍ୟଟକଙ୍କ କୋଭିଡ ପରୀକ୍ଷା ବ୍ୟବସ୍ଥା ନଥିବାରୁ ପ୍ରତ୍ୟେକ ଦିନ ହଜାର ହଜାର ଶ୍ରୀଜଗନ୍ନାଥପ୍ରେମୀ ଭକ୍ତ ଦର୍ଶନ ନକରି ଫେରୁଛନ୍ତି। ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ଆବଶ୍ୟକତା ନଥିବା ବେଳେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ତାହାକୁ ବାଧ୍ୟତାମୂଳକ କରିଛି। ରବିବାର ବୈଠକରେ ଏ ସମ୍ପର୍କରେ ଆଲୋଚନା କରାଯିବା ସହ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯିବ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-27-scaled.jpg)


