ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସୀର ନୱାଜଙ୍କ ଅନୁଗୋଳ ଗସ୍ତ,

ଜେ ବି ଏନ୍,୧୦/୦୧/୨୦୦୧, (ରିପୋର୍ଟ ଚୈତନ୍ୟ ସାହୁ)ଅନୁଗୋଳ : ଅନୁଗୋଳ ଜିଲ୍ଲାରେ ଆଜି ଛାତ୍ର କଂଗ୍ରେସର ତଥା ରାଜ୍ୟ ସଭାପତି ୟାସିର ନୱାଜ ଙ୍କ ପ୍ରଥମ ଥର ଅନୁଗୋଳ ଗସ୍ତ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । ଏ ଅବସର ରେ ବାପୁଜି ପ୍ରଧାନ ଲୁଲୁ ପାଣିଗ୍ରାହୀ ସୋମ୍ୟରଞ୍ଜନ ସାହୁ ରଶ୍ମି ରଞ୍ଜନ ସାହୁଙ୍କ ନେତୃତ୍ୱ ରେ ଏକ ବିଶାଳ ବାଇକ ରାଲି ଯୋଗେ ତାଙ୍କୁ କଂଗ୍ରେସ ଭବନ ପର୍ଯ୍ୟନ୍ତ ଅଣାଯାଇଥିଲା ସେଠାରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ବିଭିନ୍ନ ଜନବିରୋଧୀ ନୀତି ବିରୁଦ୍ଧରେ ବର୍ଷିଥିଲେ ।ଜିଲ୍ଲା ସଭାପତି ବିପ୍ଳବ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦଳକୁ ତୃଣମୂଳ ସ୍ତରରେ କେମିତି ମଜବୁତ କରାଯିବ ସେ ବିଷୟ ରେ ଆଲୋଚନା କରିଥିଲେ ଏହି କାର୍ଯ୍ୟକ୍ରମରେ ଛାତ୍ର କଂଗ୍ରେସ ପ୍ରଭାରୀ ମହିଳା କଂଗ୍ରେସ ପୂର୍ବତନ ସଭାନେତ୍ରୀ ସସ୍ମିତା ବେହେରା ଜିଲ୍ଲା ଓବିଶି ସେଲ ସଭାପତି ଜିତେନ୍ଦ୍ର ସାହୁଙ୍କ ପ୍ରମୁଖ ସହ ଶତାଧିକ କାର୍ଯ୍ୟକର୍ତା ଯୋଗ ଦେଇଥିଲେ ।





