
ଜୀବନବିନ୍ଦୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି : କାମାକ୍ଷାନଗର
(ଜେ ବି ଏନ) ୧୦-୦୧-୨୦୨୧ କାମାକ୍ଷାନଗର/ଢେଙ୍କାନାଳ : ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ କୁ ଦୃଷ୍ଟି ରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ ଓ ମାନ୍ୟବର ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଙ୍କ ନିର୍ଦ୍ଦେଶ କ୍ରମେ ଆଜି କାମାକ୍ଷାନଗର ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଢେଙ୍କାନାଳ ବିଜୁ ଯୁବ ଜନତା ଦଳର ସଭାପତି ଧର୍ମାନନ୍ଦ ପରିଡା ଙ୍କ ନେତୃତ୍ୱରେ ଓଡିଶା-ମୋ ପରିବାର “ଜୀବନ ବିନ୍ଦୁ” ଆନୁକୂଲ୍ୟରେ ୨୫୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା, ଏହି ରକ୍ତଦାନ ଶିବିର ରେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ବିଜେଡି ରାଜ୍ୟ ସମ୍ପାଦକ ଓ ଜିଲ୍ଲା ପର୍ଯ୍ୟବେକ୍ଷକ ମାନ୍ୟବର ବିଜୟ କୁମାର ନାୟକ, ମାନ୍ୟବର ହିନ୍ଦୋଳ ବିଧାୟିକା ସୀମାରଣୀ ନାୟକ, ଛାତ୍ର ସଭାପତି ସ୍ୱରାଜ ମହାପାତ୍ର, ରକ୍ତଦାନ ଶିବିର ଉଦଘାଟନ କରି କହିଥିଲେ, ରକ୍ତଦାନ ଜୀବନ ଦାନ

ଏହା ଏକ ପୂରଣ୍ୟ କାମ ଅଟେ ରକ୍ତଦାନ କରିବା ଦ୍ୱାରା ଆମେ ଜଣଙ୍କର ଜୀବନ ବଞ୍ଚାଇବା ସହ ଆମେ ମନ୍ଧ୍ୟ ସୁସ୍ଥରେ ରହିଥାନ୍ତି, ରକ୍ତଦାନ କ୍ଷେତ୍ରରେ ଓଡିଶା-ମୋ ପରିବାର “ଜୀବନ ବିନ୍ଦୁ” ଓଡ଼ିଶାରେ ଏକ ବିପ୍ଳବ ସୃଷ୍ଟି କରି ପାରିଅଛି, ଏଥି ପାଇଁ ସମସ୍ତ ରକ୍ତଦାତା ମାନଙ୍କୁ କୋଟି କୋଟି ପ୍ରଣାମ ଜଣାଉ ଅଛୁ, ଏଣୁ ଆସନ୍ତୁ ଆଜି ଠାରୁ ଆମେ ସମସ୍ତେ ସପଥ ନେବା ରକ୍ତ ଅଭାବରୁ କାହାରିକି ମରିବା ଦେବା ନାହିଁ ଆମେ ସମସ୍ତେ ରକ୍ତଦାନ କରି ନୂତନ ଜୀବନ ଦାନ ଦେବା, ଏହି ରକ୍ତଦାନ ଶିବିର ରେ ଜିଲ୍ଲା ବିଜେଡି ଯୁବ ଏବଂ ଛାତ୍ର ଜନତା ଦଳର ସମସ୍ତ କର୍ମକର୍ତ୍ତା, ସମାଜସେବୀ, ଗଣମାଧ୍ୟମର ପ୍ରତିନିଧି ଭାଇ ଭଉଣୀ ମାନେ ସାମିଲ ଥିଲେ।



