ଚନ୍ଦ୍ରମଣି ସ୍କାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

ଜେ ବି ଏନ, ୧୨/୦୧ /୨୦୨୧, (ରିପୋର୍ଟ, ବିକାଶ ବିଶ୍ୱାଳ), ପାଲଲହଡ଼ା/ଖମାର : ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଲକ କୁଜାଂମ୍ ପଞ୍ଚାୟତ ଅନ୍ତର୍ଗତ କୁଜାଂମ୍ ଗ୍ରାମ ର ଦେଉଳ ସାହି ରେ ଫୁଟବଲ ପ୍ରତିଯୋଗିତା ଆରମ୍ଭ ହୋଇଛି । ଚନ୍ଦ୍ରମଣି ଚାମ୍ପିୟାଙ୍କ ସ୍ମୃତିରେ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଅଛି। ଏଥିରେ ୧୬ ଟି ଟିମ୍ କୁ ନେଇ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଛି । ପ୍ରଥମ ମ୍ୟାଚ୍ ରଘୁନାଥପୁର ଏବଂ ବିଜାବଣି ମଧ୍ୟ ରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜାବଣି ୦୧ ଗୋଲ୍ କରି ରଘୁନାଥପୁର କୁ ପରାସ୍ତ କରିଥିଲା। କୁଜାଂମ୍ ଗ୍ରାମ ର ମୁଖ୍ୟ ସମ୍ପାଦକ ଶ୍ରୀ ଚିନ୍ତାମଣି ବେହେରା ମ୍ୟାଚ୍ ଟିକୁ ଉଦ୍ଘାଟନ କରିଥିଲେ ।



