ସୂଚନା ପତ୍ର ଦେଇ୧୫୦ ରୁ ଅଧିକ ଗ୍ରାମବାସୀଙ୍କୁ ୫୦ ଟଙ୍କା ଲେଖା ନେଇଗଲେ ସରପଞ୍ଚଙ୍କ ସ୍ୱାମୀ I

ଜେ ବି ଏନ୍,୧୩/୦୧/୨୦୨୧,(ରିପୋର୍ଟ ଚୈତନ୍ୟ ସାହୁ)ଅନୁଗୋଳ ଜିଲ୍ଲା ପାଳଲହଡା ବ୍ଲକ ବତିସୁଆଁ ପଞ୍ଚାୟତ ସରପଞ୍ଚ ଅଞ୍ଜଳି କିସାନ ଙ୍କ ସ୍ୱାମୀ ପ୍ରଶାନ୍ତ କିସାନ ନାମରେ ଠକେଇ ଅଭିଯୋଗ ଆଣିଲେ ଶତାଧିକ ଗ୍ରାମବାସୀ,,, ସୂଚନା ଅନୁଯାଇ ଜିଲ୍ଲାପାଳ ଙ୍କ ନିଁର୍ଧେଶ କ୍ରମେ ଜଙ୍ଗଲ ଜମି ଅଧିକାର ପାଇଁ ଆବେଦନ କରିଥିବା ବ୍ୟକ୍ତି ଙ୍କ କାଗଜ ପତ୍ର ଯାଞ୍ଚ ପାଇଁ ବତିସୁଆଁ ପଞ୍ଚାୟତ ଅଫିସ ଠାରେ ଆଜି ଧାର୍ଯ୍ୟ କରାଯାଇଥିଲା,,, ସେଥିପାଇଁ ପ୍ରତ୍ୟକ ୱାର୍ଡ ରୁ ଜଙ୍ଗଲ ଜମି ପଟ୍ଟା ପାଇଁ ଆବେଦନ କରିଥିବା ହିତାଧିକାରୀ ଙ୍କୁ ନୋଟିସ ଦେବାପାଇଁ ପଞ୍ଚାୟତ ଅଧିକାରୀଙ୍କୁ କୁହାଯାଇଥିଲା,,, ତେବେ ବତିସୁଆଁ ସରପଞ୍ଚଙ୍କ ସ୍ୱାମୀ ରେଙ୍ଗାଳି ଗ୍ରାମରେ ନୋଟିସ ପତ୍ର ଦେଇ ଜଣକ ପିଛା 50 ଟଙ୍କା ଲେଖାଏଁ ନେଇଥିବା ରେଙ୍ଗାଳି ଗ୍ରାମବାସୀ ଅଭିଯୋଗ କରିଛନ୍ତି,,, ଗ୍ରାମର 150 ରୁ ଉର୍ଦ୍ଧ ଲୋକଙ୍କ ଠାରୁ ଟଙ୍କା ନେଇଁଥିବା ଅଭିଯୋଗ ହୋଇଛି,,, ଗ୍ରାମବାସୀ ପଞ୍ଚାୟତ ଅଫିସ କୁ ଆସି ପଞ୍ଚାୟତ ଅଧିକାରୀ ଙ୍କୁ ଏ ନେଇଁ ଅଭିଯୋଗ କରିଛନ୍ତି,, ଅନ୍ୟପଟେ ସରପଞ୍ଚ ଓ ତାଙ୍କ ସ୍ୱାମୀ ପଞ୍ଚାୟତ ରୁ ଲୁଚି ଫେରାର ହୋଇଯାଇଥିଲେ,,, ଫୋନ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ ମୋବାଇଲ ସ୍ବିତ୍ଚଅଫ ଥିବାରୁ ଯୋଗାଯୋଗ ହୋଇପାରିନାହିଁ,,,



